ଦୁଇ ପୃଥକ ଦୁର୍ଘଟଣାରେ ଦୁଇ ମୃତ

ନବରଙ୍ଗପୁର/କେନ୍ଦୁଝର: ଶନିବାର ସକାଳେ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥର ଡୁମୁରୀପଦର ଛକରେ ଗୋଟାଏ କାର୍‌ ଏବଂ ବାଇକ୍‌ ପରସ୍ପର ସହ ଧକ୍କା ଖାଇବାରୁ ଘଟଣାସ୍ଥଳରେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି।

ମୃତ ବାଇକ୍‌ ଆରୋହୀ ଜଣ ହେଲେ ମଇଦଲପୁର ଗାଁର ୨୨ ବର୍ଷିୟ ସୀତେଶ ପଞ୍ଜାରା। ଦୁର୍ଘଟଣା ପରେ ଘଟଣାସ୍ଥଳରୁ କାର୍‌ ଚାଳକ ଫେରାର ହୋଇଯାଇଛନ୍ତି।

କ୍ଷତିପୂରଣ ଦାବି କରି ଗ୍ରାମବାସୀ ରାସ୍ତା ଅବରୋଧ କରିବାରୁ କଳାହାଣ୍ଡି-ନବରଙ୍ଗପୁର ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ିମଟର ଅଟକି ରହିଛି।

ପାପଡ଼ାହାଣ୍ଡି ପୁଲିସ ଓ ମଇଦଲପୁର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଆଜି ସକାଳେ ୨୦ ନମ୍ବର ଜାତୀୟ ରାଜପଥର କେନ୍ଦୁଝର ସହର ନିକଟ ବାଲିଆଗୁଡ଼ା ଅଞ୍ଚଳରେ ଥିବା ପେଟ୍ରୋଲ୍‌ ପମ୍ପ୍‌ ପାଖରେ ଦୁଇଟି ଟ୍ରକ୍‌ ପରସ୍ପର ସହ ଧକ୍କା ଖାଇବା ଫଳରେ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି।

ଯୋଡ଼ା ପଟୁ ଆଇରନ୍‌ ନେଇ ଦ୍ରୁତି ଗତିରେ ଆସୁଥିବା ଟ୍ରକ୍‌ଟି ଗୋଟାଏ ହାଇଓ୍ଵାକୁ ଟପିଯିବାକୁ ଉଦ୍ୟମ କରି ତା’ ପଛରେ ଧକ୍କା ଖାଇଥିଲା। ଫଳରେ ଆଇରନ୍‌ ଟ୍ରକ୍‌ର ଡ୍ରାଇଭର ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁମୁଖରେ ପଡ଼ିଥିଲେ।

ସଦର ପୁଲିସ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ଟିକୁ କଟର୍‌ରେ କାଟି ଡ୍ରାଇଭର୍‌ଙ୍କ ଶବ ବାହାର କରିଥିଲେ।
ପରିଚୟ ମିଳି ନ ଥିବା ସେ ଡ୍ରାଇଭରଙ୍କ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଚୟକୁ ପଠାଯାଇଛି।

ସମ୍ବନ୍ଧିତ ଖବର