ମାଲକାନଗିରି : ନକ୍ସଲ ବିରୋଧରେ ବଡ଼ଧରଣର ଅପରେସନ୍ ଆରମ୍ଭ ହୋଇଛି। ସୁରକ୍ଷା ଯବାନ୍ଙ୍କ ଗୁଳିମାଡ଼ରେ ଜଣେ ଡିଏସ୍ଏମ୍ କମାଣ୍ଡର ସମେତ ୨ ଜଣ ନିହତ ହୋଇଛି। ବିପୁଳ ପରିମାଣରେ ମାଓସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଦୁଇଟି ସ୍ଥାନରେ ହୋଇଥିବା ଅପରେସନ୍ରେ ସୁରକ୍ଷା ଯବାନଙ୍କୁ ଏହି ସଫଳତା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମାଲକାନଗିରିର ବିଚ୍ଛିନାଞ୍ଚଳରେ ସୁରକ୍ଷା ଯବାନଙ୍କ ପକ୍ଷରୁ ଅପରେସନ୍ କରାଯାଇଥିଲା। ଆନ୍ଧ୍ର ଗୁଇନ୍ଦା ବିଭାଗରୁ ଗ୍ରେହାଉଣ୍ଡକୁ ପକ୍କା ସୂଚନା ମିଳିଥିଲା ଯେ ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳର ଅଣ୍ଡ୍ରାପାଲି ଜଙ୍ଗଲରେ ମାଓବାଦୀ ବଡ଼ଧରଣର କ୍ୟାମ୍ପ କରିଛନ୍ତି। ଏହାପରେ ଓଡ଼ିଶା ପୁଲିସ ସହ ଯୋଗାଯୋଗ କରି ଆରମ୍ଭ ହୋଇଥିଲା ମିଳିତ ଅପରେସନ। ଉଭୟ ଆନ୍ଧ୍ରର ଗ୍ରେ’ହାଉଣ୍ଡ ଏବଂ ମାଲକାନଗିରି ଏସଓଜି ଯବାନ ଅତି ସତର୍କତାର ସହ ଅଣ୍ଡ୍ରାପାଲି ଜଙ୍ଗଲରେ ପଶିଥିଲେ। ଦୀର୍ଘ ସମୟ ଧରି ଉଭୟ ପଟୁ ଗୁଳି ବିନିମୟ ହେବାପରେ ଛତ୍ରଭଙ୍ଗ ଦେବାକୁ ବାଧ୍ୟ ହୋଇଥିଲେ ନକ୍ସଲ। ଏହାପରେ ଆରମ୍ଭ ହୋଇଥିବା ସର୍ଚ ଅପରେସନ ସମୟରେ ପୁଲିସକୁ ଜଣେ ମହିଳା ମାଓବାଦୀଙ୍କ ଶବ ମିଳିଥିଲା। ଏଥିସହ ସହ ବହୁ ମାଓ ସାମଗ୍ରୀ ଓ ବିସ୍ଫୋରକ ମଧ୍ୟ ଜବତ କରାଯାଇଛି। ମୃତ ମହିଳା ନକ୍ସଲଙ୍କୁ ଚିହ୍ନଟ କରାଯାଇଛି। ସେ ହେଉଛନ୍ତି ଆନ୍ଧ୍ର-ଓଡ଼ିଶା ବର୍ଡର ଡିଭିଜନ ସଂପାଦକ ଉଦୟ ଓରଫ ଜି.ରବିଙ୍କ ପତ୍ନୀ ମୀନା ଓରଫ ଏନ.ପ୍ରମିଳା।
ସେହିଭଳି, ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ସୀମାନ୍ତରେ ରହିଥିବା ତୁଳସୀ ପାହାଡରେ ଆଜି ପୁଣି ନକ୍ସଲ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ମାଓବାଦୀର ମୃତଦେହକୁ ଠାବ କରାଯାଇଛି। ମୃତ ମାଓବାଦୀ ଜଣକ କାବାସୀ ଦେବା ବୋଲି ଚିହ୍ନଟ କରାଯାଇଛି।