ଖଣ୍ତଗିରି : ଏୟାର୍ ଓଡ଼ିଶା ଆଭିଏସନ୍ ଲିମିଟେଡ୍ର ମହିଳା ସିକ୍ୟୁରିଟି ସୁପର୍ଭାଇଜର୍ଙ୍କୁ ହୋଇଥିବା ଦୁଷ୍କର୍ମ ମାମଲାକୁ ଭୁବନେଶ୍ୱର ଆଇୟୁସିଏଡବ୍ଲ୍ୟୁକୁ ହସ୍ତାନ୍ତର କରାଯାଇଛି। ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟର ଏହି ସ୍ୱତନ୍ତ୍ର ମହିଳା ସେଲ୍ ଉକ୍ତ ଦୁଷ୍କର୍ମ ମାମଲାର ଛାନ୍ଭିନ୍ ଆରମ୍ଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏୟାର୍ ଓଡ଼ିଶାର ଉକ୍ତ ବଙ୍ଗୀୟ ମହିଳା କର୍ମଚାରୀ ଦୁଷ୍କର୍ମର ଶିକାର ହୋଇଥିବା ନେଇ ଗତ ୧୯ ତାରିଖରେ ଖଣ୍ତଗିରି ଥାନାରେ ଅଭିଯୋଗ ହୋଇଥିଲା। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ପରେ ଏହି ମାମଲାକୁ ଆଇୟୁସିଏଡବ୍ଲ୍ୟୁକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦେଶ ଆସିଥିଲା। ସୂଚନାନୁସାରେ ମେଡିକାଲ ଯାଞ୍ଚ ରିପୋର୍ଟର ତର୍ଜମା ପରେ ଆବଶ୍ୟକ ହେଲେ ପୁଣି ଥରେ ପୀଡ଼ିତାଙ୍କୁ ଜେରା କରାଯିବ। ସେହିଭଳି ଆରମ୍ଭରୁ ଅଭିଯୋଗକୁ ଖଣ୍ତନ କରି ଆସୁଥିବା ଏୟାର୍ ଓଡ଼ିଶାର ପରିଚାଳନା ନିର୍ଦେଶକ ତଥା ଅଭିଯୁକ୍ତ ସନ୍ତୋଷ ପାଣିଙ୍କୁ ଏହି ସେଲ୍ରେ ହାଜର ହେବା ପାଇଁ ନୋଟିସ୍ କରାଯିବ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ୧୦ ତାରିଖରେ ତାଙ୍କୁ ଘରେ ଛାଡ଼ିବା ବାହାନାରେ ଅଭିଯୁକ୍ତ ସନ୍ତୋଷ ପାଣି ବାଟରେ ନିଶାମିଶ୍ରିତ ମୃଦୁ ପାନୀୟ ଦେଇ ଦୁଷ୍କର୍ମ କରିଥିଲେ ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି। ସେହିଭଳି ପରଦିନ ଅର୍ଥାତ୍ ଅଗଷ୍ଟ ୧୧ ତାରିଖରେ ଅଭିଯୁକ୍ତ ସନ୍ତୋଷ ପାଣି ତାଙ୍କୁ ଜଣେ ବନ୍ଧୁଙ୍କ ଘରେ ଦୁଷ୍କର୍ମ କରିଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି।