ପୁଣି କଚାଡ଼ି ମାରିଲା ହାତୀ

ବିଶ୍ରା : ବିଶ୍ରା ଅଞ୍ଚଳରେ ହାତୀ ଉପଦ୍ରବ ବଢିବାରେ ଲାଗିଛି। ଘର ଭାଙ୍ଗିବା, ଚାଷ ଜମି ନଷ୍ଟ କରିବା ଏବଂ ଲୋକଙ୍କ ଜୀବନ ନେବା ଭଳି ଅଘଟଣ ନିତିଦିନିଆ ପାଲଟିଛି। ଆଜି ମଧ୍ୟ ହାତୀ ଜଣଙ୍କୁ କଚାଡ଼ି ମାରିଛି। ବିଶ୍ରା ବ୍ଲକ୍‌ ଅନ୍ତର୍ଗତ ମଣ୍ଡପ ଗାଁର ଦୁଇଜଣ ବ୍ୟକ୍ତି ପ୍ରତିଦିନ ଭଳି ଆଜି ଭୋରରେ ଶୌଚ ପାଇଁ ନିକଟବର୍ତ୍ତୀ କୁମ୍ଭାର ଜଙ୍ଗଲକୁ ଯାଇଥିଲେ। ଦୁର୍ଭାଗ୍ୟବଶତଃ ଉଭୟ ଗୋଟିଏ ଜଙ୍ଗଲୀ ହାତୀ ହାବୁଡ଼ରେ ପଡ଼ିଥିଲେ। ସୋମା ଓରାମ (୬୮)ଙ୍କୁ ହାତୀ ଶୁଣ୍ଡରେ କଚାଡ଼ି, ଗୋଡ଼ରେ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

ସମ୍ବନ୍ଧିତ ଖବର