୯ରୁ ‘ଜୀ ସାର୍ଥକ’ରେ ଦୁଇଟି ନୂଆ ମେଗା ଧାରାବାହିକ

ଭୁବନେଶ୍ୱର : ଓଡ଼ିଆ ଟିଭି ଚ୍ୟାନେଲ ‘ଜୀ ସାର୍ଥକ’ ପକ୍ଷରୁ ଦର୍ଶକମାନଙ୍କ ପାଇଁ ଦୁଇଟି ନୂଆ ମେଗା ଧାରାବାହିକ ଚଳିତ ମାସ ୯ ତାରିଖରୁ ଆରମ୍ଭ ହେବ। ସେହି ଧାରାବାହିକ ଦୁଇଟି ହେଲା ‘ମୋ ସାଇ’ ଏବଂ ‘ମୁଁ ବି ଅର୍ଦ୍ଧାଙ୍ଗିନୀ’। ସିରିଡ଼ି ସାଇବାବାଙ୍କ ଉପରେ ଆଧାରିତ ‘ମୋ ସାଇ’ ଧାରାବାହିକ ୯ ତାରିଖରୁ ଆରମ୍ଭ ହେବ। ଏହା ପ୍ରତି ସପ୍ତାହର ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ସଂଧ୍ୟା ୬ଟାରେ ପ୍ରସାରଣ ହେବ। ସେହିଭଳି ନୂଆ ସ୍ୱାଦ ଓ ଭିନ୍ନ ଧରଣର ମେଗା ଧାରାବାହିକ ‘ମୁଁ ବି ଅର୍ଦ୍ଧାଙ୍ଗିନୀ’ ଆସନ୍ତା ୯ ତାରିଖରୁ ପ୍ରତି ସପ୍ତାହର ସୋମବାରରୁ ଶନିବାର ପର୍ଯ୍ୟନ୍ତ ସଂଧ୍ୟା ୭ଟାରେ ପ୍ରସାରଣ ହେବ ବୋଲି ଚାନେଲ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର