ବେଶ୍ୟାସକ୍ତ ଅଜାମିଳ ବି ମୋକ୍ଷ ପ୍ରାପ୍ତ କରିଥିଲେ , ଜାଣନ୍ତୁ କିପରି ?

କୁସଙ୍ଗର ପ୍ରଭାବରେଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିବା ଅଜାମିଳ ବେଶ୍ୟା ସହିତ ରହିବା ପରେ ତାଙ୍କର କାର୍ଯ୍ୟରେ ନ୍ୟାୟ ଅନ୍ୟାୟର ଭେଦଭାବ ରହିଲା ନାହିଁ। ସେ ବେଶ୍ୟାକୁ ଖୁସି କରାଇବା ଲାଗି ଅନ୍ୟାୟ ଅନୀତି ଉପାୟ ଅବଲମ୍ବନ କରି ମଧ୍ୟ ଅର୍ଥ ରୋଜଗାର କରିବାରେ ଲାଗିଲେ।
କୁଳଟା ଓ ବ୍ୟଭିଚାରୀ ଯୁବତୀ ଫାଶରେ ପଡ଼ି ଅଜାମିଳଙ୍କର ବୁଦ୍ଧିଭ୍ରଷ୍ଟ ହୋଇଗଲା। ସେ ବ୍ରାହ୍ମଣ କର୍ମ କରିବାରେ ଆଉ ଆଦୌ ଆଗ୍ରହ ଦେଖାଇଲେ ନାହିଁ। ଦୈନନ୍ଦିନ ପୂଜାପାଠ ମଧ୍ୟ ଭୁଲିଗଲେ।ସମୟ ଗଡ଼ି ଚାଲେ ଏବଂ ଅଜାମିଳ ବୃଦ୍ଧ ହୋଇଗଲେ। ସେହି ବେଶ୍ୟା ଔରସରୁ ସେତେବେଳକୁ ତାଙ୍କର ଦଶଟି ସନ୍ତାନ ହୋଇ ସାରିଥିଲେ। ଅଜାମିଳ ଅତି ସ୍ନେହ କରୁଥିବା ନିଜ ସାନ ପୁଅର ନାମ ରଖିଲେ ‘ନାରାୟଣ’।ଅଜାମିଳ ବୃଦ୍ଧକାଳରେ କେବଳ ପିଲାମାନଙ୍କ ସ୍ନେହରେ ସମୟ ବିତାଇଥିଲେ।
ମୃତ୍ୟୁ ହେଉଛି ସଂସାରର ଧ୍ରୁବ ସତ୍ୟ। ଅଜାମିଳଙ୍କ ମୃତ୍ୟୁ ସମୟ ସନ୍ନିକଟ ହେଲା। ହାତରେ କାଳ ଫାଶ ଧରି ଯମଦୂତ ତାଙ୍କୁ ନେବା ପାଇଁ ପହଞ୍ଚଲେ। ସେହି ସମୟରେ ଯମଦୂତଙ୍କ ଡ଼ରରେ ନିଜକୁ ରକ୍ଷା କରିବା ଲାଗି ଚିତ୍କାର କରିଲେ।‘ନାରାୟଣ’ ନାମ ଉଚ୍ଚାରଣ ମାତ୍ରେ ଭଗବାନ ବିଷ୍ଣୁ ସେଠାରେ ପହଞ୍ଚଲେ ଏବଂ ଅଜାମିଳଙ୍କୁ ଯମଫାଶରୁ ମୁକ୍ତ କରିଥିଲେ।
ଯମଦୂତମାନେ ଯିବାପୂର୍ବରୁ ଭଗବାନ ବିଷ୍ଣୁଙ୍କୁ ପ୍ରଶ୍ନ କରିଲେ‘‘ ପ୍ରଭୋ! ଆମେ କିନ୍ତୁ ବୁଝି ପାରିଲୁନି ଯେ ଏଭଳି ପାପୀକୁ ଆପଣ କିପରି ମୁକ୍ତ କରୁଛନ୍ତି?’’ଭଗବାନ ଉତ୍ତର ଦେଲେ ଯେ ଅଜାମିଳ ଯେଉଁ ସମୟରେ ‘ନାରାୟଣ’-ଏହି ଚାରି ଅକ୍ଷରର ଉଚ୍ଚାରଣ କରିଥିଲେ,ସେହି ସମୟରେ ତା’ର ସମସ୍ତ ପାପ ନାଶ ହୋଇଗଲା।ଠିକ୍‌ ଯେପରି ଅଗ୍ନି ଜାଣତ ବା ଅଜାଣତରେ ବି କେଉଁଠି ଲାଗିଲେ ତାହା ଭସ୍ମୀଭୂତ ହୋଇଥାଏ,ଠିକ୍‌ ସେହିପରି ମୃତ୍ୟୁ ସମୟରେ ଯେଉଁ ବ୍ୟକ୍ତି ଭଗବାନଙ୍କ ନାମକୁ ସ୍ମରଣ କରିଥାଏ,ତା’ର ମୋକ୍ଷ ଅବଶ୍ୟାମ୍ଭାବୀ। ଭଗବତ୍‌ ନାମ ହେଉଛି ଭଗବତ ଧାମ ପ୍ରାପ୍ତିର ଅମୋଘ ଅସ୍ତ୍ର।’

photo–oneindia

ପାପୀ ଅଜାମିଳ ଜୀବନ ସାରା ନାନା କୁକର୍ମରେ ଲିପ୍ତ ରହିଥିଲେ ହେଁ ‘ନାରାୟଣ’ନାମର ଉଚ୍ଚାରଣ ମାତ୍ରେହିଁ ଭଗବତ କୃପା ପ୍ରାପ୍ତିର ଅଧିକାରୀ ହୋଇଗଲେ।କ୍ଷଣମାତ୍ର,ଭଗବାତ୍‌ କୃପା ମିଳିଲେ ମନୁଷ୍ୟର ଉଦ୍ଧାର ହୋଇଯିବ।ଏହା ହେଉଛି ଭଗବତ୍‌ ନାମର ଅମୋଘ ପ୍ରଭାବର ଆଶ୍ଚର୍ଯ୍ୟଜନକ ପରିଣାମ।ଏଣୁ ଭଗବତ୍‌ ନାମ ସ୍ମରଣକୁ ଜୀବନରେ ପ୍ରମୁଖ ସ୍ଥାନ ଦେବା ଉଚିତ୍‌।

ସମ୍ବନ୍ଧିତ ଖବର