ସହଜ ଉପାୟରେ ଘରୁ ନକାରାତ୍ମକ ଶକ୍ତିକୁ ଦୂରେଇ ପାରିବା କିପରି?

ଆମମାନଙ୍କର ଚତୁଃପାର୍ଶ୍ୱରେ ଅଧିକ ମାତ୍ରାରେ ନକାରାତ୍ମକ ଶକ୍ତି ରହିଛି । ନକାରାତ୍ମକ ଆମକୁ ଦୁର୍ବଳ କରିଥାଏ ଓ ଆମର ମାନସିକ ସ୍ଥିତିକୁ ଖରାପ କରିବାରେ ସହାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା, କିଭଳି ସହଜ ଉପାୟରେ ନକାରାତ୍ମକ ଶକ୍ତିକୁ ଦୂରେଇ ପାରିବା…

ପ୍ରତି ସକାଳ ଓ ସନ୍ଧ୍ୟାରେ ଘରେ କର୍ପୂର ଓ ଲବଙ୍ଗର ଦୀପ ଜଳାନ୍ତୁ । ଘରେ ଆଳତୀ କରନ୍ତୁ ଓ ଏଥିରେ ଘରର ସମସ୍ତ ସଦସ୍ୟ ଅଂଶଗ୍ରହଣ କରିଲେ ଭଲ । ଏହା ଦ୍ୱାରା ଘରେ ଥିବା ବାସ୍ତୁଦୋଷ ଦୂରୀଭୂତ ହୋଇଥାଏ ଓ ଘରକୁ ଅଧିକ ଅର୍ଥ ଆସିଥାଏ ।
ଘରର ମୁଖ୍ୟ ଦ୍ୱାର ବା ସ୍ନାନାଗାରରେ ଯଦି ବାସ୍ତୁ ଦୋଷ ଥାଏ ବା ଏହା ଉପଯୁକ୍ତ ଦିଗରେ ନିର୍ମିତ ହୋଇ ନଥାଏ, ତେବେ ମନେ ରଖନ୍ତୁ ସେହି ସ୍ଥାନରେ କର୍ପୂର ଖଣ୍ଡ ରଖନ୍ତୁ । ଏହା ଦ୍ୱାରା ସେଠାରେ ଥିବା ଖରାପ ଶକ୍ତି ନଷ୍ଟ ହୋଇଯାଏ ।
ଗାଈ ଗୋବରରେ କିଛି ହଳଦିଆ ସୋରିଷ ମିଶାଇ ତା’କୁ ଘଷି ବନାନ୍ତୁ । ତା’ପରେ ତାକୁ ଜଳାନ୍ତୁ ଓ ଘରର ଚାରି ପାଖରେ ଥରେ ବୁଲାନ୍ତୁ । ଏପରି କରିଲେ ଘରେ ଥିବା ସମସ୍ତ ନକାରାତ୍ମକ ଶକ୍ତି ଦୂରେଇ ଯିବେ ।

photo-youtube

ମାତା କାଳୀଙ୍କ ସମ୍ମୁଖରେ ପ୍ରତିଦିନ ଗୋଟିଏ ଅଗରବତୀ ଜଳାନ୍ତୁ ଓ ପ୍ରତି ଶନିବାର ଦିନ କାଳୀ ମନ୍ଦିରକୁ ଯାଇ ମାତା କାଳୀଙ୍କର ଦର୍ଶନ କରନ୍ତୁ । ଏପରି କରିଲେ ଘରେ ଆର୍ଥିକ ସ୍ଥିତି ମଜଭୁତ୍‌ ହେବ ।
ଏହା ଛଡ଼ା ଘରେ କିଛି ସୈନ୍ଧବ ଲବଣ ଜଳାଇଲେ ମଧ୍ୟ ଘରେ ଥିବା ନକାରାତ୍ମକ ଶକ୍ତି ଛାଡ଼ି ଚାଲି ଯାଆନ୍ତି ।

ସମ୍ବନ୍ଧିତ ଖବର