ମୋଦି ସରକାରରେ ସବୁଠାରୁ ଅଧିକ ମହିଳା ମନ୍ତ୍ରୀ ଅଛନ୍ତି: ସୁଷମା ସ୍ୱରାଜ

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ଯେ ମୋଦି ସରକାର ହେଉଛି ଏଭଳି ଏକ ସରକାର ଯେଉଁଥିରେ ଅଧିକ ମହିଳାଙ୍କୁ ଗୁରୁତ୍ୱ ଦିଆଯାଉଛି | କାରଣ ସ୍ୱାଧୀନତା ପରଠାରୁ କେବଳ ମୋଦିଙ୍କ ମନ୍ତ୍ରୀମଣ୍ଡଳୀରେ ୬ଜଣ ମହିଳା କ୍ୟାବିନେଟ ମନ୍ତ୍ରୀ ରହିଛନ୍ତି | ଏହି ୬ ଜଣଙ୍କ ମଧ୍ୟରୁ ୨ ଜଣ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟିରେ ସ୍ଥାନ ପାଇଛନ୍ତି | ବାରାଣାସୀରେ ଆୟୋଜିତ ମହିଳା ସମ୍ମିଳନୀରେ ସୁଷମା କହିଛନ୍ତି ଯେ ୬ ଜଣ ମହିଳାଙ୍କୁ କେନ୍ଦ୍ର ମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ସୁଯୋଗ ଦେଇଛନ୍ତି | ଏହା କହିବା ସହ କଂଗ୍ରେସ ସରକାର ସମୟରେ ମହିଳାଙ୍କୁ କିଭଳି ମନ୍ତ୍ରୀ ପଦର ସୁଯୋଗ ଦିଆଯାଇନଥିଲା ତାହାର ଖୁଲାସା କରିଛନ୍ତି |

ସୁଷମା କହିଛନ୍ତି ଯେ ୧୯୫୨-୫୭ ରେ ଜବାହାରଲାଲ ନେହେରୁଙ୍କ ମନ୍ତ୍ରିମଣ୍ଡଳରେ ରାଜକୁମାରୀ ଅମୃତ କୌରଙ୍କୁ ସୁଯୋଗ ମିଳିଥିଲା , କିନ୍ତୁ ୧୯୫୭-୬୨ରେ କୌଣସି ମହିଳାଙ୍କୁ ସ୍ଥାନ ମିଳିନଥିଲା | ୧୯୬୨-୬୪, ୧୯୬୪-୬୬, ୧୯୬୬-୬୭ରେ ଡ.ସୁଶୀଳା ନୟରଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଥିଲା | ତେବେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ୧୯୬୭-୭୧,୧୯୭୧-୭୭ ଓ ୧୯୮୦-୮୪ରେ କେହି ଜଣେ ବି ମହିଳାଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ମିଳିନଥିଲା ବୋଲି ସୁଷମା କହିଛନ୍ତି | ସେ କହିଥିଲେ ରାଜୀବ ଗାନ୍ଧୀଙ୍କ ମନ୍ତ୍ରୀମଣ୍ଡଳୀରେ କେବଳ ଜଣେ ମହିଳା କ୍ୟାବିନେଟ ମନ୍ତ୍ରୀ ଭାବେ ରହିଥିଲେ |

 

 

ସମ୍ବନ୍ଧିତ ଖବର