ସାମାଜିକ ଗଣମାଧ୍ୟମରୁ ବିରତି
ବଲିଉଡ୍ ଅଭିନେତ୍ରୀ କାଜୋଲ୍ ସାମାଜିକ ଗଣମାଧ୍ୟମରୁ ବିରତି ନେବାର ଘୋଷଣା କରିଛନ୍ତି। ତାଙ୍କର ଏହି ନିଷ୍ପତ୍ତି ସମ୍ପର୍କରେ କେବଳ ଏତିକି ଲେଖିଛନ୍ତି ଯେ ସେ ତାଙ୍କ ଜୀବନର ସବୁଠାରୁ କଠିନ ପରୀକ୍ଷାର ସମ୍ମୁଖୀନ ହେଉଛନ୍ତି। ସେ ଇନ୍ଷ୍ଟାଗ୍ରାମ୍ରୁ ତାଙ୍କର ସବୁ ପୁରୁଣା ଫଟୋ ଭିଡିଓ ଆଦି ଡିଲିଟ୍ କରିଦେଇଥିବା ବେଳେ ଟ୍ବିଟର୍ରେ ତାଙ୍କର ପୁରୁଣା ପୋଷ୍ଟଗୁଡ଼ିକ ଦେଖାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ହଠାତ୍ ସାମାଜିକ ଗଣମାଧ୍ୟମରୁ କାଜୋଲଙ୍କ ଦୂରେଇଯିବାର ନିଷ୍ପତ୍ତି ତାଙ୍କ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଦେଇଛି। କିଛି ଲୋକ ତାଙ୍କର ଏହି କଠିନ ପରୀକ୍ଷା ସମ୍ପର୍କରେ ଅଧିକ ଜାଣିବା ଲାଗି ଇଚ୍ଛା ପ୍ରକଟ କରିଥିବା ବେଳେ ଆଉ କିଛି ଲୋକ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରୁଛନ୍ତି। ତେବେ ଏଭଳି ଲେଖିବା କୌଣସି ପ୍ରଚାର କୌଶଳର ଅଂଶବିଶେଷ ନା ବାସ୍ତବରେ କାଜୋଲଙ୍କ ଜୀବନରେ ଝଡ଼ ଆସିଛି ତାହା ସ୍ପଷ୍ଟ ହୋଇନାହିଁ। ତେବେ ଏକଥା ସ୍ପଷ୍ଟ ଯେ ଅଭିନୟ ଦୁନିଆରେ ସେ ତାଙ୍କର ପ୍ରାସଙ୍ଗିକତା ବଜାୟ ରଖିପାରିଛନ୍ତି। ଆଗକୁ ସେ ‘ଦି ଗୁଡ୍ ଵାଇଫ୍’ ନାମକ ୱେବ୍ ଧାରାବାହିକ ଓ ବହୁଚର୍ଚ୍ଚିତ ୱେବ୍ ଚଳଚ୍ଚିତ୍ର ‘ଲଷ୍ଟ ଷ୍ଟୋରିଜ୍ ୨’ରେ ଦେଖାଦେବେ।