ବଲାଙ୍ଗୀର: ନବଜୀବନ ବିଦ୍ୟାପୀଠରେ ଅଗ୍ନିକାଣ୍ଡ, ଜଳିଗଲା ରେକର୍ଡ ରୁମ

ବଲାଙ୍ଗୀର: ସ୍ଥାନୀୟ କଲେଜ ଛକ ଅଞ୍ଚଳର ମିଶନ ସ୍କୁଲ ନିକଟରେ ଥିବା ନବଜୀବନ ବିଦ୍ୟାପୀଠରେ ବୁଧବାର ରାତି ଅଗ୍ନିକାଣ୍ଡ ଦେଖାଯାଇଛି। ମିଳିଥିବା ସୂଚନା ଅନୁସାରେ ରାତି ପ୍ରାୟ ୯ଟାରେ ସ୍କୁଲରେ ନିଅାଁ ଲାଗିଥିଲା। କିଛି ସମୟ ମଧ୍ୟରେ ରେକର୍ଡ ରୁମ ଜଳି ଉଠିଥିଲା ଓ ଏହା ଦ୍ୱାରା ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜଳି ଯାଇଛି।

୧୯୬୩ରେ ସ୍ଥାପିତ ଏହି ସ୍କୁଲରେ ନିଅାଁ ଲାଗିବା ପରେ ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ସୂଚନା ଦେଇଥିଲେ। ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଅାଁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ କିନ୍ତୁ ସେତେବେଳକୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇ ଯାଇଥିଲା। ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ, ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିଲା।

ସମ୍ବନ୍ଧିତ ଖବର