କିଛି ନୂଆ କରିବା ପୂର୍ବରୁ ଏହି ସବୁ କଥା ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ

ପ୍ରାଚୀନ ଭାରତର ଇତିହାସ ଅର୍ଥଶାସ୍ତ୍ର ରଚୟିତା ଚାଣକ୍ୟଙ୍କ ବିନା ଅଧୁରା। ଚାଣକ୍ୟଙ୍କୁ ଲୋକେ କୌଟିଲ୍ୟ ନାମରେ ମଧ୍ୟ ଜାଣନ୍ତି। ସେ ଜଣେ ଭାରତୀୟ ଶିକ୍ଷକ, ଅର୍ଥନୀତିଜ୍ଞ, ରାଜ ପରାମର୍ଶଦାତା ତଥା ଦାର୍ଶନିକ। ସେ ବିଷ୍ଣୁଗୁପ୍ତ ନାମରେ ମଧ୍ୟ ଖୁବ୍‌ ପରିଚିତ। ଚାଣକ୍ୟ ଅନେକଗୁଡ଼ିଏ ବାଣୀ କହିଯାଇଛନ୍ତି ଯାହାକି ଦୈନନ୍ଦିନ ଜୀବନ ପାଇଁ ଅନେକ ଜରୁରୀ। ଏଥର ଆମେ ଆଲୋଚନା କରିବା ଚାଣକ୍ୟଙ୍କ ମତରେ କିଛି ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କ’ଣ ସବୁ ମାନି ଚଳିବା ଉଚିତ।

ପ୍ରଥମେ ନିଜ ଭିତରେ ଏକ ସକାରାତ୍ମକ ଭାବନା ସୃଷ୍ଟି କରିବା ଉଚିତ। କାହିକି ନା ସକାରାତ୍ମକତା କାର୍ଯ୍ୟ ଦକ୍ଷତାକୁ ବୃଦ୍ଧି କରେ ଆଉ ନକାରାତ୍ମକତା ହ୍ରାସ କରାଏ।

ନିଜର ଦକ୍ଷତା ସଂପର୍କରେ ଆଗ ଅବଗତ ହୁଅନ୍ତୁ। ଆପଣ କେଉର୍ କାମରେ ପାରଙ୍ଗମ ଓ କେଉଁ କାମ ଆପଣଙ୍କ ଦ୍ୱାରା ହେବ ନାହିଁ ତାହା ବି ନୂଆ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଜାଣିବା ଉଚିତ।

କୌଣସି ନୂଆ କାର୍ଯ୍ୟ କେତେ ସଫଳ ହେବ କେତେ ବିଫଳ ହେବ ତାହା ଆପରଙ୍କ ଭାଷା ଉପରେ ନିର୍ଭର କରୁଛି। କିିଛି ଆରମ୍ଭ କରିବା ପୂର୍ବରୁ ପ୍ରଥମେ ନିଜ ପାଟିରୁ ବାହରୁଥିବା କଥା ଉପରେ ଗୁରୁତ୍ୱ ଦିଅନ୍ତୁ।

ଯଦି ଆପଣଙ୍କର କେହି ଶତ୍ରୁ ଥାଆନ୍ତି ତେବେ ତାଙ୍କ ସହ ସଂପର୍କକୁ ବନ୍ଧୁତାକୁ ବଦଳାନ୍ତୁ। ଅନେକ ଶତ୍ରୁ ରହିଲେ ଆପଣ କେବେ ବି କାର୍ଯ୍ୟ ସଂପାଦନା ଉଚିତ ଭାବେ କରିପାରିବେ ନାହିଁ।

ନିଜ ଶରୀରକୁ ଦୃଷ୍ଟି ଦେବା ପ୍ରଥମ କାର୍ଯ୍ୟ। ଅସୁସ୍ଥ ଶରୀର ନେଇ କୌଣସି ଲୋକ କେବେ ବି ସଫଳ ହେବାର ସ୍ୱପ୍ନ ଦେଖି ପାରନ୍ତି ନାହିଁ।

ସମ୍ବନ୍ଧିତ ଖବର