ଦେଶରେ ଲୋକମାନଙ୍କୁ ଶସ୍ତାରେ ଚିକିତ୍ସା ସୁବିଧା ଯୋଗାଇଦେବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ‘ମୋଦି କେୟାର ଯୋଜନା’ ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଚିକିତ୍ସା ୨୦ ପ୍ରତିଶତ ଶସ୍ତା ହୋଇଯିବ। ଏହି ପ୍ରକାରେ ମୋଦି କେୟାର, କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା(ସିଜିଏଚଏସ)ରୁ ମଧ୍ୟ ଶସ୍ତାରେ ହୋଇପାରିବ। ସିଜିଏଚଏସର ଲାଭ ସରକାରୀ କର୍ମଚାରୀ, ପେନସନଭୋଗୀ ଓ ତାଙ୍କ ପିଲାମାନେ ପାଇପାରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ମୋଦି କେୟାର ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିଜ ତରଫରୁ ୧୩୫୪ ପ୍ୟାକେଜ ପାଇଁ ରେଟ୍ ଲିଷ୍ଟ କରିଛି। ଏଥିରେ ୨୩ଟି ପ୍ୟାକେଜ୍ ଭୟଙ୍କର ରୋଗ ପାଇଁ ପ୍ରସ୍ତୁତ କରାଯାଇଛି। ଏହି ରୋଗରେ ହୃଦରୋଗ ସମ୍ମନ୍ଧୀୟ, ଆଖି, ହାଡ଼ ରୋଗ ଓ କର୍କଟ ଆଦି ରୋଗ ସାମିଲ ଅଛି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାଜ୍ୟ ଗୁଡ଼ିକ ସହ ମୋଦି କେୟାରର ନୂଆ ମୂଲ୍ୟ ସ୍ଥିର କରିଛନ୍ତି। ରୋଗୀ ଅସ୍ତ୍ରୋପଚାର ପରେ ଓ ପୂର୍ବରୁ କେତେ ଦିନ ପର୍ଯ୍ୟନ୍ତ ରହିବେ ଏହାର ନିର୍ଦ୍ଧାରଣ ହେବ। ସରକାରଙ୍କ ଅନୁସାରେ ମୋଦି କେୟାର ଆରମ୍ଭ ହେବା ପରେ ଚିକିତ୍ସା ବହୁତ ଶସ୍ତା ହୋଇଯିବ। କାରଣ ଲୋକ ଏହି ଯୋଜନା ଅନୁସାରେ ବେସରକାରୀ ଡାକ୍ତରଖାନାରେ ମଧ୍ୟ ରିହାତି ମୂଲ୍ୟରେ ଚିକିତ୍ସା କରାଇପାରିବେ।
ମୋଦି କେୟାର ଯୋଜନାର ୮ ପ୍ରମୁଖ ଲକ୍ଷ୍ୟ!
୧) ଏହି ଯୋଜନାର ଲକ୍ଷ୍ୟ ଭାରତର ୧୦.୭ କୋଟି ଲୋକ ଏବଂ ପରିବାରକୁ ସ୍କିମ ସହ ଯୋଡିବା।
୨) ମୋଦିକେୟାର ଯୋଜନା ମାଧ୍ୟମରେ ଭାରତର ୫ ଲକ୍ଷ ପରିବାରକୁ ସ୍ୱାସ୍ଥ୍ୟ ବୀମା ମିଳିବ।
୩) ପରିବାରର ସବୁ ସଦସ୍ୟ ଏହି ଯୋଜନା ସହ ଜଡିତ ହୋଇପାରିବେ।
୪) ଏହି ଯୋଜନା ଅନୁସାରେ କେଉଁ ପରିବାରକୁ ଏହାର ସୁବିଧା ମିଳିବ ତାହା ଆର୍ଥିକ ଆଧାରରୁ ସ୍ଥିର କରାଯିବ।
୫) ଏହି ଯୋଜନା ଅନ୍ତର୍ଗତ ପରିବାରକୁ ସରକାରୀ, ବେସରକାରୀ କିମ୍ବା ଦେଶର ଯେକୌଣସି ସ୍ଥାନରେ ଚିକିତ୍ସିତ ହେବାର ସୁବିଧା ମିଳିବ।
୬) ଆୟୁଷ୍ମାନ ଭାରତ ସ୍କିମ ସମ୍ପୂର୍ଣ୍ଣ ଭାବେ କ୍ୟାସଲେସ ଅଟେ।
୭) ଏହି ଯୋଜନାରେ ବୀମା କଭରକୁ ନେଇ ନିର୍ଦ୍ଧିଷ୍ଟ ବୟସସୀମାର ଆବଶ୍ୟକତା ନାହିଁ।
୮) ଏହି ଯୋଜନା ଅନୁସାରେ ଭାରତରେ ୧.୫ ଲକ୍ଷ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରସ୍ତୁତ ହେବ। ଏହି ଯୋଜନାରେ ବେସରକାରୀ କେନ୍ଦ୍ର ମଧ୍ୟ ଅନ୍ତର୍ଭୁକ୍ତ।