ଲଗାତାର ୧୦ ଦିନ ପର୍ଯ୍ୟନ୍ତ ନାକରୁ ବାହାରୁ ଥିଲା ରକ୍ତ, ଚିକିତ୍ସା ପରେ ନାକରୁ ବାହାରିବା ଜିନିଷ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଡ଼ାକ୍ତର

ବେହଇ(ଚୀନ୍‌): ଚୀନ୍‌ର ବେହଇ ସହରରେ ଘଟିଛି ଏକ ଅଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ବେହଇରେ ରହୁଥିବା ଜଣେ ଲୋକର ନାକରୁ ୧୦ଦିନ ହେବ ରକ୍ତ ବାହାରୁ ଥିବାରୁ ସେ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ପହଞ୍ଚିଥିଲେ । ଖରା ଦିନ ଚାଲୁଥିବାରୁ ତାଙ୍କ ନାକରୁ ରକ୍ତ ବାହାରୁ ଥିବ ବୋଲି ସେ ଭାବ ସେ ଚିକିତ୍ସା ପାଇଁ ଯାଇ ପହଞ୍ଚିଥିଲେ ଡାକ୍ତରଙ୍କ ପାକରେ। ହେଲେ, ଚିକିତ୍ସା କରୁଥିବା ଡ଼ାକ୍ତର ନାକରୁ ରକ୍ତ ବାହାରୁ ଥିବାର ପ୍ରକୃତ କାରଣ ଜାଣିବା ପରେ ତାଙ୍କର ମଧ୍ୟ ହୋସ ଉଡ଼ି ଯାଇଥିଲା ।

dainiksaveratimes.com

ଡ଼ାକ୍ତର ଲିଉଙ୍କ କହିବା ଅନୁଯାୟୀ, ୫୧ ବର୍ଷୀୟ ରୋଗୀ ଜଣଙ୍କ ତାଙ୍କ ନାକରୁ ୧୦ଦିନ ହେବ ରକ୍ତ ବାହାରୁଛି ବୋଲି କହି ଚିକିତ୍ସା ପାଇଁ ଆସିଥିଲେ । କାରଣ ଜାଣିବା ପାଇଁ ନାକ ଭିତରକୁ ଦେଖିବା ପରେ କିଛି ଗୋଟେ କିଛି ଛୋଟ ଜିନିଷ ତାଙ୍କ ଡ଼ାହାଣ ନାକ ଭିତରେ ଥିବା ଦେଖିବାକୁ ମିଳିଥିଲା । କିଛି ସମୟ ପରେ ତାହା ପୁଣି ବାମ ନାକକୁ ଆସି ଯାଇଥିବା ଦେଖିବାକୁ ମିଳିଥିଲା । ନାକର ଏଣ୍ଡୋସ୍କୋପି କରିବା ପରେ ରୋଗୀଙ୍କ ନାକରେ ୨ଇଞ୍ଚ ଲମ୍ବର ଏକ ଜୋକ ଥିବା ଆମେ ସ୍ପଷ୍ଟ ହୋଇଥିଲୁ । ପରେ ବହୁତ କଷ୍ଟରେ ଆମେ ଜୋକକୁ ତାଙ୍କ ନାକ ଭିତରୁ ବାହାର କରିଥିଲୁ । ଏ ପର୍ଯ୍ୟନ୍ତ ଜୋକଟି କିପରି ନାକ ଭିତରକୁ ଗଲା ତାହା ସ୍ପଷ୍ଟ ହୋଇ ପାରି ନାହିଁ ।

ସମ୍ବନ୍ଧିତ ଖବର