କନ୍ୟା ମଥାରେ ସିନ୍ଦୂର ଭରିବାକୁ ଯାଉଥିବା ସମୟରେ ବାଜି ଉଠିଲା ବରର ମୋବାଇଲ, ଖୋଲି ଦେଖିଲା ବେଳକୁ ଭାବି ପତ୍ନୀଙ୍କର ଥିଲା ଏକାଧିକ ଅଶ୍ଳୀଳ ଫଟୋ

ବହରାଇଚ: ଉତ୍ତରପ୍ରଦେଶର ବହରାଇଚ ଜିଲ୍ଲାରେ ରାମଗାଁ ଥାନା ଅଞ୍ଚଳରେ ବେଗମପୁରରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରେମିକ ତାର ପ୍ରେମିକାର ଘର ବସିବା ପୂର୍ବରୁ ଉଜାଡି ଦେଇଛି। ଦ୍ୱାର ପୂଜା ସରିଥିଲା, ଆରମ୍ଭ ହୋଇଥିଲା ସାତଫେରେ। ତା’ପରେ କନ୍ୟା ମଥାରେ ସିନ୍ଦୂର ଭରି ସାତ ଜନ୍ମ ପାଇଁ ସାଥୀ କରିବା ପାଇଁ ବର ଯେତେବେଳେ ସିନ୍ଦୂର ଫରୁଆ ଧରିଥିଲେ, ହଠାତ୍‌ ଫୋନ୍‌ର ହ୍ଵାଟସ୍‌ ଆପ୍‌ ମେସେଜ ଟିୟୁନ୍‌ ବାଜି ଉଠିଲା। ବର ବେଦୀ ଉପରେ ହିଁ ପକେଟରୁ ମୋବାଇଲ ବାହାର କରି ହ୍ଵାଟସ୍‌ ଆପ୍‌ ମେସେଜ ଦେଖିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା।

ରାମଗ୍ରାମ ଥାନାର ବେଗମପୁରରେ ଉମା ଶଙ୍କର ଚୌହ୍ଵାନ୍‌ଙ୍କ କନ୍ୟାଙ୍କ ବିବାହ ଉତ୍ସବ ଆୟୋଜିତ ହୋଇଥିଲା। ବର କନ୍ୟା ଘରେ ପହଞ୍ଚିଥିଲେ। ସମସ୍ତ ରୀତିନୀତି ଶେଷ ହୋଇଥିଲା। ବର ସାତଜନ୍ମ ପାଇଁ ସାଥୀ କରିବେ ବୋଲି କନ୍ୟା ମଥାରେ ସିନ୍ଦୂର ଭରିବାକୁ ଯାଉଥିଲେ, ଏହି ସମୟରେ ତାଙ୍କ ହ୍ଵାଟସ୍‌ ଆପ୍‌ ମେସେଜ ହଠାତ ବାଜି ଉଠିଥିଲା। ଏପରି ଲଗାତାର ହେବା ହେତୁ ସେ କିଛି ଗୁରୁତ୍ୱପୂର୍ଣ୍ଣ ମେସେଜ ଭାବି ପକେଟରୁ ମୋବାଇଲ ବାହାର କରିଥିଲେ। ମୋବାଇଲ ବାହାର କରିବା ପରେ ସେ ଦେଖିବାକୁ ପାଇଥିଲେ କି ସେ ଯେଉଁ ଝିଅକୁ ବିବାହ କରିବାକୁ ଯାଉଛନ୍ତି, ତା’ର ଅଶ୍ଳୀଳ ଫଟୋ, ପୁଣି ଅନ୍ୟ ଯୁବକ ସହିତ ଅତି ଅନ୍ତରଙ୍ଗ ଭାବେ ଛିଡା ହୋଇଥିବାର ଦୃଶ୍ୟ। ତେବେ ଗୋଟିଏ ଫଟୋ ନୁହେଁ, ଉକ୍ତ ଝିଅର ପ୍ରେମିକା ଏପରି ଅନେକ ଅଶ୍ଳୀଳ ଫଟୋ ବର ମୋବାଇଲକୁ ପଠାଇବାରେ ଲାଗିଥିଲା। ଏହି ଫଟୋ ଦେଖି ବର ଦୁଃଖରେ ଭାଙ୍ଗି ପଡ଼ିଥିଲା ବର ଓ ପାଟତୁଣ୍ଡ ଆରମ୍ଭ ହୋଇଯାଇଥିଲା। ଏହାପରେ ବିବାହ ନକରି ବର ଘରକୁ ଫେରି ଯାଇଥିଲା।

ଏହି ଘଟଣା ପରେ କନ୍ୟା ଘର ଲୋକ ଏଭଳି ଅଶ୍ଳୀଳ ଫଟୋ ପଠାଇଥିବା ଯୁବକକୁ ଖୋଜି ନିସ୍ତୁକ ମାଡ ମାରିବା ସହିତ ପୁଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର