ନୂଆଦିଲ୍ଲୀ: ସବୁବେଳେ ସାମାଜିକ ଗଣମାଧ୍ୟମରେ ମଜ୍ଜି ରହୁଥିବା ପତ୍ନୀଙ୍କ ଆଚରଣରେ ଅସ୍ଥିର ହୋଇ ଦିଲ୍ଲୀର ଜଣେ ବ୍ୟକ୍ତି ତାଙ୍କୁ ଛାଡ଼ପତ୍ର ଦେବାକୁ ଅଦାଲତର ହସ୍ତକ୍ଷେପ ଲୋଡ଼ିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆବେଦନକାରୀ ୩୦ ବର୍ଷିୟ ନରେନ୍ଦ୍ର ସିଂହ ବୃତ୍ତିରେ ଜଣେ ସଫ୍େଓ୍ଵର୍ କର୍ମଚାରୀ। ଫ୍ୟାମିଲି କୋର୍ଟରେ ସେ କରିଥିବା ଛାଡ଼ପତ୍ର ଆବେଦନରେ ଦର୍ଶାଇଛନ୍ତି କି, ତାଙ୍କ ପତ୍ନୀ ସାମାଜିକ ଗଣମାଧ୍ୟମରେ ଏମିତି ମାତି ରହୁଛନ୍ତି ଯେ ତାଙ୍କ ପାଇଁ ଏବଂ ପରିବାର ପାଇଁ ତାଙ୍କ ପାଖରେ କୌଣସି ସମୟ ବଳୁନାହିଁ। ବାହାଘରର ବର୍ଷେ ପୂରି ନ ଥିବା ନରେନ୍ଦ୍ର ଅଭିଯୋଗ କରିଛନ୍ତି ଯେ ବିବାହର ପ୍ରଥମ ଦିନରୁ ହିଁ ତାଙ୍କ ପତ୍ନୀ ସ୍ୱାମୀଙ୍କ ଅପେକ୍ଷା କମ୍ପ୍ୟୁଟର୍ ଦୁନିଆରେ ଅଧିକ ଆଗ୍ରହ ଦେଖାଇ ଆସୁଛନ୍ତି। ଫଳରେ ସେମାନଙ୍କର ବିବାହ ଏ ଯାଏଁ ଅପୂରଣୀୟ ରହିବା ପରି ଲାଗୁଛି।
ସ୍ୱାମୀ ପିଟିସନ୍ରେ ଅଭିଯୋଗ କରିଛନ୍ତି, ହ୍ଵାଟ୍ସ୍ଆପ୍ରେ ପତ୍ନୀ ବିଳମ୍ବିତ ରାତ୍ରୀଯାଏ ତାଙ୍କର ପୁରୁଷ ବନ୍ଧୁମାନଙ୍କ ସହ ଚାଟ୍ କରୁଛନ୍ତି। ପ୍ରତିବାଦ କଲାରୁ ରାଗିଯାଇ ପରିଣାମ ଭୟାବହ ହେବ ବୋଲି ଧମକ ଦେଉଛନ୍ତି।
ଅଦାଲତ ଛାଡ଼ପତ୍ର ଆବେଦନ ଗ୍ରହଣ କରିଛନ୍ତି ବୋଲି ସ୍ୱାମୀଙ୍କର କାଉସେଲ୍ ମନୀଷ ଭଦୌରିଆ କହିଛନ୍ତି।
ପତ୍ନୀଙ୍କର କାଉସେଲ୍ କିନ୍ତୁ, ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଦମ୍ପତିଙ୍କ ନିମନ୍ତେ ଜୁଲାଇ ମାସରେ କାଉନ୍ସେଲିଙ୍ଗ୍ ସେସନ୍ କରାଇବାକୁ ଅଦାଲତ ରେଫର୍ କରିଛନ୍ତି।
ଉଚ୍ଚ ଶିକ୍ଷିତ ହୋଇଥିବାରୁ ନୂତନ ପରିବେଶରେ ଖାପ ଖୁଆଇବାକୁ ପତ୍ନୀଙ୍କୁ ଯଥେଷ୍ଟ ସମୟ ଦେଲେ ସ୍ୱାମୀ। କିନ୍ତୁ, ଜଣେ ପତ୍ନୀ ହିସାବରେ ଘରପରିବାରକୁ ଅବହେଳା କରି ସାମାଜିକ ଗଣମାଧ୍ୟମରେ ମାତିବା ତାଙ୍କର ଖୋଇ ହୋଇଗଲାଣି। ତା’ଛଡ଼ା ପରିବାର ପାଇଁ ଖର୍ଚ୍ଚ କରିବାରୁ ସ୍ୱାମୀଙ୍କୁ ସବୁବେଳେ ବାରଣ କରୁଛନ୍ତି ସେ।
ବୈବାହିକ ଜୀବନରେ ସାମ୍ପ୍ରତିକ ଧାରା ବା ଟ୍ରେଣ୍ଡ୍ ଫ୍ୟାମିଲି କୋର୍ଟର ମ୍ୟାରେଜ୍ କାଉନ୍ସେଲର୍ମାନଙ୍କୁ ଆଚମ୍ବିତ କରିଛି।