ବଲିଉଡରେ ଚର୍ଚ୍ଚା ହେଉଛି ଯେ, ରଜନୀକାନ୍ତ ଓ ଅକ୍ଷୟ କୁମାର ଷ୍ଟାରର ମୁଭି ‘୨.୦’ ନଭେମ୍ବର ୨୩ ତାରିଖରେ ରିଲିଜ୍ ହେବାର ଘୋଷଣା ଶୁଣିବା ମାତ୍ରେ ଦୁଇଜଣ ପ୍ରଯୋଜକ ସେମାନଙ୍କ ଫିଲ୍ମର ରିଲିଜ୍ ତାରିଖ ବଦଳାଇଛନ୍ତି।
ଏମାନଙ୍କ ଭିତରୁ ଜଣେ ହେଲେ ପ୍ରଯୋଜକ କରଣ ଜୋହର୍ । ସେ ‘ଦି ଷ୍ଟୁଡେଣ୍ଟ୍ ଅଫ୍ ଦ ଇଅର୍’ର ରିଲିଜ୍ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ଏହି ସିନେମା ମଧ୍ୟ ନଭେମ୍ବର ୨୩ ତାରିଖରେ ରିଲିଜ୍ ହେବାର ରିଲିଜ୍ ହେବ ବୋଲି ଆଗରୁ ସୂଚନା ମିଳିଥିଲା।‘ଦି ଷ୍ଟୁଡେଣ୍ଟ୍ ଅଫ୍ ଦି ଇଅର୍-୨’ଏବେ ୨୦୧୯ ମଇ ମାସରେ ରିଲିଜ୍ ହେବବୋଲି ଜଣାଯାଇଛି।
ଅପରପକ୍ଷରେ ସୁଶାନ୍ତ ସିଂହ ରାଜପୁତ ଓ ସାରା ଅଲ୍ଲୀ ଖାନ୍ଙ୍କ ଷ୍ଟାରର୍ ସିନେମା ‘କେଦାରନାଥ୍’ର ରିଲିଜ୍ ତାରିଖ ମଧ୍ୟ ଘୁଞ୍ଚାଇ ଦିଆଯାଇଛି। ଏହି ସିନେମା ମଧ୍ୟ ନଭେମ୍ବରରେ ରିଲିଜ୍ ହେବାର ଥିଲା। ‘କେଦାରନାଥ୍’ବି ୨୦୧୯ରେ ରିଲିଜ୍ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ଅକ୍ଷୟ କୁମାରଙ୍କ ସହିତ ପଙ୍ଗା ନ ନେବା ଲାଗି ଏହି ଦୁଇ ସିନେମାର ନିର୍ମାତା ଏଭଳି ପଦକ୍ଷେପ ନେଇଥିବା ଶୁଣିବାକୁ ମିଳୁଛି। ‘୨.୦’ର ବିତରକମାନେ ଆଶାବାଦୀ ଯେ,ଏହି ଫିଲ୍ମ ଦକ୍ଷିଣ ଭାରତରେ ରଜନୀକାନ୍ତଙ୍କ ପାଇଁ ଓ ଉତ୍ତର ଭାରତରେ ଅକ୍ଷୟ କୁମାରଙ୍କ ପାଇଁ ଭଲ ବ୍ୟବସାୟ କରିବ।