ମୁମ୍ବାଇ: ଅଭିନେତା ସାହିଦ୍ କପୁର୍ଙ୍କ ଟୁଇଟର୍ ଆକାଉଣ୍ଟ୍ ହ୍ୟାକ୍ ହେବା କିଛି ନୂଆ କଥା ନୁହେଁ। ପୂର୍ବରୁ ବି ଅନେକ ଥର ତାଙ୍କ ଆକାଉଣ୍ଟ୍ ହ୍ୟାକ୍ ହୋଇସାରିଛି। ତୁର୍କୀର ଏକ ହ୍ୟାକର୍ ଗ୍ରୁପ୍ ରୀତିମତ ଭାବେ ସାହିଦ୍ଙ୍କ ଟୁଇଟର୍ ଆକାଉଣ୍ଟ୍ ହ୍ୟାକ୍ କରୁଥିବା ଆପଣ ଜାଣିଥିବେ ନିଶ୍ଚୟ।
Sambad is now on WhatsApp
Join and get latest news updates delivered to you via WhatsApp
ସାଇବର୍ ଗ୍ରୁପ୍ ଆଇଲିଦିଜ୍ ଟିମ୍ ତୁର୍କୀ ଭାଷାରେ ଲେଖାଯାଇଥିବା ଟୁଇଟ୍ର ଏକ ସିରିଜ୍ ପୋଷ୍ଟ୍ କରିଛନ୍ତି। ସେଥିମଧ୍ୟରୁ ଗୋଟିକରେ ସାହିଦ୍ କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ପଦ୍ମାବତ୍’ରେ ଆଲ୍ଲାଉଦ୍ଦିନ ଖିଲିଜଙ୍କ ଚରିତ୍ରର ଥଟ୍ଟା କରାଯାଇଛି।
ସେହି ଆକାଉଣ୍ଟ୍ରେ ଦେଖିବାକୁ ମିଳିଥିବା ଅନ୍ୟତମ ବିବାଦୀୟ ଟୁଇଟ୍ରେ ‘ଏକ୍ ଥା ଟାଇଗର୍ର’ ‘ମାସାଲା’ ଗୀତ ସେୟାର୍ କରାଯାଇ ‘ଆଇ ଲଭ୍ ୟୁ କ୍ୟାଟ୍ରିନ୍ କୈଫ୍’ କ୍ୟାପ୍ସନ ଦିଆଯାଇଛି।
ଅଭିନେତା ସାହିଦ୍ ନିଜର ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ପ୍ରକାଶ କରିଛନ୍ତି ଯେ ତାଙ୍କର ଦୁଇଟି ଯାକ ଆକାଉଣ୍ଟ୍ ହ୍ୟାକ୍ ହୋଇଛି।
ଉଲ୍ଲେଖଯୋଗ୍ୟ, ଅଭିନେତା ସାହିଦ୍ କପୁର ଓ ତାଙ୍କ ପତ୍ନୀ ମୀରାଙ୍କର ପୂର୍ବରୁ ମୀସା ନାମକ ଏକ କନ୍ୟା ଥିବା ବେଳେ ନିକଟରେ ଏକ ପୁତ୍ର ହୋଇଛି।