ପୁରୀ: ଗୁରୁବାର ପୂର୍ବାହ୍ନ ୧୧ଟା ସମୟରେ ଶ୍ରୀଜଗନ୍ନାଥ ମନ୍ଦିର ସଦର କାର୍ଯ୍ୟାଳୟର ସଭାଗୃହ ଠାରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ବୈଠକ ଆରମ୍ଭ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏଥିରେ ପୂର୍ବ ବୈଠକର ବିବରଣୀ ପଠନ ଓ ଦୃଢ଼ୀକରଣ, ଷୋଳପୂଜା ପ୍ରସ୍ତୁତି ବ୍ୟବସ୍ଥା ଓ ନୀତି ସମୀକ୍ଷା, ଜମିଜମା ସଂକ୍ରାନ୍ତ ସମାନ ନୀତି ସମ୍ପର୍କରେ ଆଲୋଚନା, ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଆଦେଶକ୍ରମେ ଗୃହୀତ ପଦକ୍ଷେପ ସମ୍ପର୍କରେ ଆଲୋଚନା ଏବଂ ଗଠିତ ତିନି ସବ୍କମିଟିର ରିପୋର୍ଟ ଉପସ୍ଥାପନ, ବୈଷୟିକ କମିଟି ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉନ୍ନୟନ ପ୍ରକଳ୍ପର ଉପସ୍ଥାପନ, ଘଟ ପରିବର୍ତ୍ତନ ସଂକ୍ରାନ୍ତରେ ଗଠିତ ସବ୍-କମିଟିଙ୍କ ରିପୋର୍ଟ ଉପସ୍ଥାପନ, ସଂସ୍ଥା ସବ୍କମିଟି ରିପୋର୍ଟ ଉପସ୍ଥାପନ, ନୀତି ସବ୍କମିଟି ରିପୋର୍ଟ ଉପସ୍ଥାପନ, ଅର୍ଥ ସବ୍କମିଟି ରିପୋର୍ଟ ଉପସ୍ଥାପନ ଏବଂ ସଭାପତିଙ୍କ ଅନୁମୋଦନ କ୍ରମେ ଅନ୍ୟାନ୍ୟ ବିଷୟ ଆଲୋଚନା କରାଯିବ।