ମାହାଙ୍ଗାରେ ଦାମ, ନବୀନଙ୍କୁ ଭଲ ପାଉଥିଲି, ପରେ ସମ୍ମାନ କମିଗଲା

ମାହାଙ୍ଗା: ବିଜୁ ପଟ୍ଟନାୟକଙ୍କ ସହ ଥିଲୁ, ଜାତି କଣ, ମାଟି କଣ , ଇତିହାସ କଣ ‌ଆମେ ଜାଣିଥିଲୁ। ଏବେ ଆମେ ହତାଶ। ଅଫିସରଙ୍କୁ ନମସ୍କାର କରିବାକୁ କୁହାଯାଉଛି। ଆଇନ ତିଆରି ହେଉଛି, କିନ୍ତୁ ରାଜନେତା ଜାଣୁନାହାନ୍ତି। ନବୀନ ପଟ୍ଟନାୟକଙ୍କୁ ଭଲ ପାଉଥିଲି। କିନ୍ତୁ ୧୦୦ କୋଟି ଦୁର୍ନୀତି ‌ପ୍ରସଙ୍ଗରେ ମୋ’ କଥାକୁ ହାସ୍ୟାସ୍ପଦ ବୋଲି କହିବା ଦିନଠାରୁ ତାଙ୍କ ପ୍ରତି ସମ୍ମାନ କମିଗଲା।
ମାହାଙ୍ଗା ବ୍ଲକ୍‌ ଅନ୍ତର୍ଗତ ନୁର୍ତ୍ତାଙ୍ଗ ମାରୁତି ମଣ୍ତପଠାରେ ବିରୂପା ସାହିତ୍ୟ ସ˚ସ୍କୃତି ପରିଷଦର ନବମ ବାର୍ଷିକ ଉତ୍ସବ, ଗାନ୍ଧୀ, ଶାସ୍ତ୍ରୀ ଏବଂ ବିଶିଷ୍ଟ ଶିକ୍ଷାଗୁରୁ ବିଶ୍ବନାଥ ବଡପଣ୍ଡା(ବଡମାଷ୍ଟ୍ରେ)ଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ତଥା ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ତାଙ୍କର ଚିରାଚରିତ ଢଙ୍ଗରେ ଏ ପ୍ରକାର କଥା କହିଛନ୍ତି। ନିଜ ଭାଷଣ ପ୍ରସଙ୍ଗରେ ବିଜେଡି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ଏବଂ ଓଡ଼ିଶା ସରକାରରେ ଅଫିସର ରାଜ୍୍କୁ ସମାଲୋଚନା କରିଛନ୍ତି। ମାହାଙ୍ଗା ଏକ ସ˚ସ୍କୃତି ସ˚ପନ୍ନ ମାଟି। ଏଠାରେ ରାଜନୀତି ନାମରେ ଅପସ˚ସ୍କୃତି ପ୍ରବେଶ କରିଛି ବୋଲି କହିଛନ୍ତି। ଆଜିର ସଭାକୁ ରାଜନୈତିକ ମହଲରେ ଗୁରୁତ୍ବ ଦିଆଯାଉଛି। କାରଣ ପାରାଦୀପରେ ମନ୍ତ୍ରୀ ପ୍ରତାପ େଜନାଙ୍କ େନତୃତ୍ବରେ ଏକ ବଡ଼ ସଭା େହବା ପରେ ଦାମ ବାବୁ ତାର ଜବାବ ମାହାଙ୍ଗାରେ େଦବା ପାଇଁ ଏଭଳି ଉଦ୍ୟମ କରିଛନ୍ତି େବାଲି ଆେଲାଚନା େହଉଛି। େକବଳ େସତିକି ନୁେହଁ, ଦାମ ବାବୁଙ୍କ ପାଇଁ ଆଜି େଯଉଁ ବିଶାଳ ରାଲି କରାଯାଇଥିଲା, େସଥିରେ କିଛି ବିଜେପି କର୍ମୀଙ୍କ ଉପସ୍ଥାନକୁ େନଇ ଭିନ୍ନ ଚର୍ଚ୍ଚା ଆରମ୍ଭ େହାଇଛି। ଆଜି କାର୍ଯ୍ୟକ୍ରମରେ େଯାଗଦେବା ପୂର୍ବରୁ ଓସ୍ତମୂଳଠାରୁ ଏକ ବାଇକ୍‌ ଶୋଭାଯାତ୍ରାରେ ଦାମ ବାବୁଙ୍କୁ ସମାବେଶସ୍ଥଳ ପର୍ଯ୍ୟନ୍ତ ନିଆଯାଇଥିଲା।

ଉେଲ୍ଲଖଯୋଗ୍ୟ, ଆଜିର ଉତ୍ସବରେ ସମିତିସଭ୍ୟ ରମାକାନ୍ତ ବରାଳ ସଭାପତିତ୍ବ କରିଥିବାବେଳେ ମୁଖ୍ୟବକ୍ତା ଭାବେ ପଣ୍ତିତ ଦିବ୍ୟ ସୁନ୍ଦର ଆଚାର୍ଯ୍ୟ, ପୂର୍ବତନ ସମିତିସଭ୍ୟ ରାମଚନ୍ଦ୍ର ବେହେରା ମଞ୍ଚାସୀନ ଥିଲେ। ଏହି ଅବସରରେ ମାହାଙ୍ଗାର ବିଶିଷ୍ଟ ସମାଜସେବୀ ଗୌରାଙ୍ଗ ଚରଣ ଜେନା, ଶିକ୍ଷାବିତ୍‌ ଆଦର୍ଶ ଶିକ୍ଷକ ଶେଖ୍ ମହମ୍ମଦ ଅମିର ଓ ସଫଳ ଚାଷୀ କୃଷ୍ଣ ଚନ୍ଦ୍ର ସାହୁଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ସ˚ପାଦକ ମାଧବ ଚନ୍ଦ୍ର ପଣ୍ତା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସହ ସ˚ପାଦକ ବିଷ୍ଣୁ ଚରଣ ପଣ୍ତା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର