କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ତିନିମୁହାଣି ରାମମନ୍ଦିର ପଛପାଖ ଗୋବରୀ ନଦୀ କୂଳରେ ଗୌରାଙ୍ଗ ଚନ୍ଦ୍ର କାପ(୫୮) ନାମକ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତ ଚାଷୀଙ୍କ ଘର ପଟ୍ଟାମୁଣ୍ତାଇର ନପଙ୍ଗ ଗ୍ରାମରେ ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗୌରାଙ୍ଗଙ୍କ କୌଣସି ଜମିବାଡ଼ି ନାହିଁ। ସେ ଧାରକରଜ କରି ନସିପୁର ଗ୍ରାମର ଶିବରାମ ଦାଶଙ୍କ ୩ ଏକର ଜମିରେ ଧାନ ଚାଷ କରିଥିଲେ। ଚଳିତ ବର୍ଷ ଲଗାଣ ବର୍ଷା ଓ ପରେ ‘ତିତ୍ଲି’ ବର୍ଷା ମାଡ଼ରେ ତାଙ୍କର ଧାନ ଚାଷ ଜମି ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିଲା। ସେଥିପାଇଁ ଗୌରାଙ୍ଗ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ସବୁବେଳେ ବିଷାଦଗ୍ରସ୍ତ ରହୁଥିଲେ। ଏପରିକି ଧାର ଟଙ୍କା ପାଇଁ ଗୌରାଙ୍ଗଙ୍କ ପରିବାରରେ ଅଧିକା˚ଶ ସମୟ ଝଗଡ଼ା ଲାଗି ରହୁଥିଲା ବୋଲି ତାଙ୍କ ପତ୍ନୀ ଜାନକୀ କହିଛନ୍ତି।
ଆଜି ସକାଳୁ ସେ ହଠାତ୍ ଘରୁ କାହାକୁ କିଛି ନ କହି ବାହାରି ଆସିଥିଲେ କେନ୍ଦ୍ରାପଡ଼ା। ସ˚ଧୢାରେ ଗୋବରୀ ନିକଟରେ ପଡ଼ିଥିବା ଦେଖିବା ପରେ ସ୍ଥାନୀୟ ଲୋକେ ତାଙ୍କୁ ହସ୍ପିଟାଲ ନେଇଥିଲେ। ସେଠାରେ ତାଙ୍କୁ ମୃତଘୋଷଣା କରାଯାଇଥିଲା।