୧୮ ଦିନରେ ଅଙ୍ଗନବାଡ଼ି ଲେଡିଜ୍‌ ୱାର୍କର୍ସ ସଂଘର ଧାରଣା

ଭୂବନେଶ୍ବର : ୧୩ ଦଫା ଦାବି ନେଇ ଅଲ୍‌ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍‌ ୱାର୍କର୍ସ ସଂଘର ଧାରଣା ୧୮ ଦିନ‌ରେ ପହଞ୍ଚିଛି। ତେବେ ଆଜି ଯାଜପୁର ଜିଲ୍ଲାର ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଧାରଣାରେ ବସି ରହି ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ରାସ୍ତା ଉପରେ ମାଣ ବସାଇବା ସହ ଲକ୍ଷ୍ମୀପୁରାଣ ପାଠ କରିଥିଲେ। ମାସିକ ଭତ୍ତା ସର୍ବନିମ୍ନ ୧୮ହଜାର ଟଙ୍କା, ସହାୟିକାମାନଙ୍କୁ ମାସିକ ୯ ହଜାର ଟଙ୍କା, ଅବସର ବୟସ ସୀମା ୬୫ ବର୍ଷକୁ ବୃଦ୍ଧି, କାର୍ଯ୍ୟରତ ଅବସ୍ଥାରେ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ୫ଲକ୍ଷ ଟଙ୍କା ଆଦି ୧୩ଦଫା ଦାବି ନେଇ ଅଲ୍‌ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍‌ ଵାର୍କର୍ସ ସ˚ଘ ଲୋୟର ପିଏମ୍‌ଜିରେ ବିକ୍ଷୋଭ ଜାରି ରଖିଛି। ସ˚ଘର ରାଜ୍ୟ ସାଧାରଣ ସମ୍ପାଦିକା ସୁମିତା ମହାପାତ୍ର, ସଭାନେତ୍ରୀ ସୌଦାମିନୀ ଦାସ, ଜିଲ୍ଲା ସଭାନେତ୍ରୀ କଲ୍ୟାଣୀ ମହାନ୍ତି, ବସନ୍ତ ସାହୁ ପ୍ରମୁଖ ଆଜିର ଆନ୍ଦୋଳନର ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର