ପୁଲଓ୍ଵାମାରେ ସହିଦ୍‌ ହୋଇଥିବା ଯବାନଙ୍କ ପତ୍ନୀଙ୍କୁ ଦିଆଯାଉଛି ଏଭଳି ସମ୍ମାନ, ଯୁଦ୍ଧକୁ ବିରୋଧ କରିବାରୁ ଗାଳି ଦେବା ସହ ଲୋକେ କହିଲେ…

ନୂଆଦିଲ୍ଲୀ : ଫେବୃଆରି ୧୪ଦିନଟି ସାରା ଭାରତବାସୀଙ୍କ ପାଇଁ କଳା ଦିବସ ଥିଲା । ସେହି ଦିନ ଭାରତର ୪୦ଜଣ ବୀର ଯବାନ ସହିଦ୍‌ ହୋଇଥିଲେ । ପାକିସ୍ତାନର ଜୈସ୍‌-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ଫେବୃଆରି ୧୪ରେ ପୁଲଓ୍ଵାମା ଜିଲ୍ଲାରେ ଆତ୍ମଘାତୀ ଆକ୍ରମଣ କରିବା ପରେ ଆଖି ପିଛୁଳାକେ ସବୁ ବଦଳି ଯାଇଥିଲା । ୪୦ଜଣ ଯବାନ ସହିଦ୍‌ ହେବା ସହ ଅନେକ ଆହତ ମଧ୍ୟ ହୋଇଥିଲେ । ଏହି ଖବର ପ୍ରସାରଣ ହେବା ପରେ ଭାରତବାସୀ ସରକାରଙ୍କୁ ଏହାର ପ୍ରତିଶୋଧ ନେବାକୁ ଦାବି କରିଥିଲେ । ପୁଲଓ୍ଵାମା ଆକ୍ରମଣର ୧୨ଦିନ ମଧ୍ୟରେ ଭାରତୀୟ ବାୟୁସେନା ୩୦୦ ଆତଙ୍କବାଦୀଙ୍କୁ ନିହତ କରି ଏହାର ପ୍ରତିଶୋଧ ନେଇଥିଲା । କିନ୍ତୁ ଭାରତ ପ୍ରତିଶୋଧ ନେବା ପରେ ଏବେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖା ଯାଇଛି । ଯାହାକୁ ଦେଖି ପୁଲଓ୍ଵାମା ଆକ୍ରମଣରେ ସହିଦ୍‌ ହୋଇଥିବା ବବ୍‌ଲୁ ସନ୍ତାରାଙ୍କ ପତ୍ନୀ ଯୁଦ୍ଧ ହେବାକୁ ବିରୋଧ କରିଥିବା ଦେଖା ଯାଇଛି ।

oneindia.com

ନିଜର ପ୍ରତିକ୍ରିୟା ରଖି ସହିଦଙ୍କ ପତ୍ନୀ କହିଛନ୍ତି ଯୁଦ୍ଧ ଦ୍ୱାରା କୌଣସି ସମସ୍ୟାର ସମାଧାନ କରାଯାଇ ପାରିବ ନାହିଁ। ତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିବା ପରେ ଏବେ ତାଙ୍କୁ ଲୋକେ ଗାଳି କରିବା ସହ ଭୀରୁ ଏବଂ ସ୍ୱାର୍ଥୀ ବୋଲି କହିଛନ୍ତି । ଏକ ପକ୍ଷରେ ଜଣେ ସହିଦ୍‌ ଯବାନଙ୍କୁ ସମ୍ମାନ ଦିଆଯାଉଥିବା ବେଳେ ତାଙ୍କ ପତ୍ନୀଙ୍କୁ ଏଭଳି ଗାଳି କରିବା ଖବର ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଲୋକମାନେ ତାଙ୍କୁ ଗାଳି କରିଥିଲେ ମଧ୍ୟରେ ସେ ନିଜ କଥାରୁ ପଛକୁ ହଟି ନାହାନ୍ତି । ଲୋକମାନଙ୍କ ଗାଳି କରିବାକୁ ନେଇ ବବ୍‌ଲୁଙ୍କ ପତ୍ନୀଙ୍କୁ ପଚରାଯିବା ପରେ ସେ କହିଥିଲେ, ମୁଁ ଏବେ ସୋସିଆଲ ମିଡିଆ ଦେଖିବାର ଅବସ୍ଥାରେ ନାହିଁ । କିନ୍ତୁ ମୁଁ ଯାହା କହିଥିଲି, ଏବେ ବି ସେହି କଥାରେ ଅଟଳ ଅଛି। ଲୋକେ ଯାହା କହୁଛନ୍ତି, ତାହା ସେମାନଙ୍କ ଚିନ୍ତାଧାରା । ସମସ୍ତଙ୍କୁ ନିଜ ନିଜର କଥା ରଖିବାର ଅଧିକାର ଅଛି । ଜଣେ ଶିକ୍ଷୟିତ୍ରୀ ଏବଂ ଇତିହାସର ଛାତ୍ରୀ ହିସାବରେ ଯେତିକି ମୁଁ ଜାଣିଛି, ଯୁଦ୍ଧ କୌଣସି ସମସ୍ୟାର ସ୍ଥାୟୀ ସମାଧାନ ନୁହେଁ ବୋଲି କହିଥିଲେ ବବ୍‌ଲୁଙ୍କ ପତ୍ନୀ ।

ସମ୍ବନ୍ଧିତ ଖବର