ନୂଆଦିଲ୍ଲୀ: ଦେଶରେ ଆଜି ୨ୟ ପର୍ଯ୍ୟାୟ ଭୋଟଗ୍ରହଣ ଚାଲିଛି । ଏହି ପର୍ଯ୍ୟାୟରେ୧୧ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ମୋଟ ୯୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣଜାରି ରହିଛି । ତେବେ ଏଥର ଦେଶର ବିଭିନ୍ନ ଅଞ୍ଚଳରେ ଛୋଟବଡ଼ ହିଂସାକାଣ୍ଡର ଖବର ମିଳିବାରେ ଲାଗିଛି । କର୍ଣ୍ଣାଟକର ମାଣ୍ଡ୍ୟା ନିର୍ବାଚନ ମଣ୍ଡଳରେ ଦୁଇ ପ୍ରାର୍ଥୀ-ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱୀମୀଙ୍କ ପୁଅ ନିଖିତ ଗୌଡା ଜେଡିଏସ-କଂଗ୍ରେସ ମେଣ୍ଟ ତରଫରୁ ଲଢୁଛନ୍ତି । ତାଙ୍କ ବିପକ୍ଷରେ ରହିଛନ୍ତି ବିଜେପି ସମର୍ଥୀତ ସ୍ୱାଧୀନ ପ୍ରାର୍ଥୀ ପୂର୍ବତନ ଅଭିନେତା ଅମ୍ବରିଶଙ୍କର ପତ୍ନୀ ସୁମନ୍ତଲା ଅମ୍ବରୀଶ । ଆଜି ଦୁଇ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ବିବାଦ କ୍ରମେ ହାତାହାତି ସ୍ତରକୁ ଯାଇଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ମଣିପୁରରେ ସୁରକ୍ଷା କର୍ମୀ ଲୋକଙ୍କ ଉପରକୁ ଗୁଳି ଚଳାଇବାରୁ ବାଧ୍ୟ ହୋଇ ଲୋକମାନେ ତାହାର ତୀବ୍ର ବିରୋଧ କରିଛନ୍ତି । ଲୋକମାନେ ଜବରଦସ୍ତି ଗୋଟିଏ ପୋଲିଂ ଷ୍ଟେସନକୁ ପ୍ରବେଶ କରିବାରୁ ବାଧ୍ୟ ହୋଇ ପୁଲିସ ଗୁଳି ଚଳାଇଥିଲା । ଏହା ପରେ ଏଠାରେ ପୋଲିଂକୁ ବାତିଲ କରିଦେଇଛନ୍ତି ନିର୍ବାଚନ ଆୟୋଗ । ଅନ୍ୟପକ୍ଷରେ ପଶ୍ଚିମ ବଙ୍ଗରେ ମଧ୍ୟ ହିଂସା ଦେଖାଦେଇଛି ।