ମୋର୍ଗାନ୍‌ ଇ˚ଲଣ୍ଡ ପାଇଁ ମୂଲ୍ୟବାନ

ଗ୍ରେମ୍‌ ସ୍ମିଥ୍‌

ମୋତେ ଲାଗୁଛି ଯେ, ଆଫଗାନିସ୍ତାନ ବିପକ୍ଷରେ ଇଆନ୍‌ ମୋର୍ଗାନ୍‌ଙ୍କ ବିସ୍ଫୋରକ ପାଳି ପରେ ପୁଣି ଥରେ ଏଭଳି ଖେଳ ଦେଖିବାକୁ ଚାହିଁବି ନାହିଁ। ତାହା ଚମତ୍କାର ପ୍ରଦର୍ଶନ ଥିଲା। ତାଙ୍କ ଖେଳଜୀବନର ଆରମ୍ଭରୁ ସେ ଇ˚ଲଣ୍ଡ ପାଇଁ ମଧ୍ୟକ୍ରମରେ ଜଣେ ପ୍ରଭାବଶାଳୀ ଖେଳାଳି ଥିଲେ। କିନ୍ତୁ ସେ ସ୍ଥିର ପ୍ରଦର୍ଶନ ଦେଖାଇ ପାରିଲେ ନାହିଁ। ସେବେଠୁ ତାଙ୍କ ପାଖରେ ବହୁତ କିଛି ଅଭାବ ରହିଆସୁଥିଲା। କିନ୍ତୁ ତାଙ୍କ ପାଖରେ ଶ୍ରେଷ୍ଠ କ୍ରିକେଟ୍‌ ଖେଳିବା ପାଇଁ ଶକ୍ତି ଓ ବିଶ୍ବାସ ଥିବାରୁ ସେ ଏଭଳି ପ୍ରଦର୍ଶନ ଦେଇପାରିଛନ୍ତି। ଯେବେଠାରୁ ସେ ଦଳର ଅଧିନାୟକ ହୋଇଛନ୍ତି, ସେବେଠାରୁ ତାଙ୍କ ବ୍ୟାଟ୍‌ କଥା କହୁଛି ଓ ଇ˚ଲଣ୍ଡ ପାଇଁ ସେ ଅଧିକରୁ ଅଧିକ ରନ୍‌ ସ˚ଗ୍ରହ କରିପାରୁଛନ୍ତି। ଦଳକୁ ମଧ୍ୟ ଏଥିରୁ ଅନେକ ଫାଇଦା ମିଳୁଛି। ମୋର୍ଗାନ୍‌ ଏବେ ଇ˚ଲଣ୍ଡ ପାଇଁ ଅତ୍ୟନ୍ତ ମୂଲ୍ୟବାନ ପାଲଟି ଯାଇଛନ୍ତି। କାରଣ ସେ ଯେଉଁଭଳି ଭାବେ ଖେଳୁଛନ୍ତି, ଖେଳ ବିଷୟରେ ଯାହା ଚିନ୍ତା କରୁଛନ୍ତି ଓ ଏଭଳି ଖେଳର ସେ ଏକ ଅ˚ଶ ବୋଲି ଖେଳାଳିମାନେ ଆଲୋଚନା କରୁଛନ୍ତି। ତାଙ୍କର ଖେଳଜୀବନର ଶେଷ ସମୟ ବେଳକୁ ତାଙ୍କର ଏପରି ପ୍ରଦର୍ଶନ ଦେଖିବା, ବହୁତ ଭଲ ଲାଗୁଛି। ମଧ୍ୟକ୍ରମରେ ଦ୍ରୁତ ରନ୍‌ ସ˚ଗ୍ରହ କରିପାରୁଥିବା ଓ ମ୍ୟାଚ୍‌ର ଗତି ବନାଇ ରଖୁଥିବା ଭଳି ଖେଳାଳି ଦଳରେ ରହିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଦକ୍ଷିଣ ଆଫ୍ରିକାର ବିଶ୍ବକପ୍‌ ଦଳରେ ସେଭଳି ଖେଳାଳି ନାହାନ୍ତି। କିନ୍ତୁ ମୋର୍ଗାନ୍‌ ଏକ୍ଷେତ୍ରରେ ନିଜକୁ ଜଣେ ଶ୍ରେଷ୍ଠ ଖେଳାଳି ଭାବେ ପ୍ରମାଣିତ କରିପାରିଛନ୍ତି।
ଏପରିକି ଶ୍ରୀଲଙ୍କା ମଧ୍ୟକ୍ରମରେ ମଧ୍ୟ ସେଭଳି ସ୍ଥିରତାର ଅଭାବ ରହୁଛି। ମୁଁ ଭାବୁଛି ଦଳର ଶୀର୍ଷ ଖେଳାଳିମାନେ ବିଶ୍ବକପ୍‌ରେ ଆଶାଠୁ ଅଧିକ ପ୍ରଦର୍ଶନ ଦେଖାଇଛନ୍ତି। ମଧ୍ୟକ୍ରମରେ ଆଞ୍ଜେଲୋ ମାଥ୍ୟୁସ୍‌ ଓ ଥିସାରା ପେରେରାଙ୍କ ଉପରେ ଦଳ ନିର୍ଭର କରୁଥିଲେ ବି ସେମାନେ ନିରାଶ କରିଚାଲିଛନ୍ତି। ବଡ଼ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ ଦେବା ପାଇଁ ଉଭୟ ଆଶା ରଖିଥିଲେ ବି ଏଠାରେ ତାଙ୍କର ହାରାହାରି ରନ୍‌ ଯଥାକ୍ରମେ ୧୨ ଓ ୩ ରହୁଛି। ଯେଉଁଥିପାଇଁ ଶ୍ରୀଲଙ୍କା କ୍ରିକେଟ୍‌ ଦଳଠୁ ସକରାତ୍ମକ ଆଶା କରିବା ବୃଥା ହେଉଛି। ମ୍ୟାଚ୍‌ରେ ଖେଳିବା ପାଇଁ ତାଙ୍କୁ ଭଲ ଯୋଡ଼ିର ଆବଶ୍ୟକତା ରହୁଛି। କିନ୍ତୁ ସରଳ ଭାଷାରେ କହିବାକୁ ଗଲେ, ଦଳକୁ ଏପରି ଖେଳାଳି ଦରକାର, ଯିଏକି ସ୍ଥିର ପ୍ରଦର୍ଶନ ଦେଇପାରୁଥିବ। ଶ୍ରୀଲଙ୍କା ବିପକ୍ଷରେ ଇ˚ଲଣ୍ଡର ଏହା ପଞ୍ଚମ ବିଜୟ ହେବା ଉଚିତ୍‌। ଅନ୍ୟଥା ପଛରେ ପଡ଼ିଯାଇଥିବା ଶ୍ରୀଲଙ୍କା ମଧ୍ୟ ମ୍ୟାଚ୍‌ରୁ କିଛି ହାସଲ କରିବାକୁ ଚାହିଁବ। ଦକ୍ଷିଣ ଆଫ୍ରିକା କ୍ଷେତ୍ରରେ ମଧ୍ୟ ବିଶ୍ବକପ୍‌ ପରେ ପରବର୍ତ୍ତୀ ପ୍ରତିଯୋଗିତା ପୂର୍ବରୁ ଏଭଳି ଏକ ଦଳ ଓ ଖେଳାଳି ଖୋଜିବାକୁ ହେବ, ଯିଏକି କିଛି କରି ଦେଖାଇପାରୁଥିବ ଓ ଦଳକୁ ଆଗେଇ ନେଇପାରୁଥିବ। ଯାହାକି ଏବେ ଇ˚ଲଣ୍ତ ପାଇଁ ମୋର୍ଗାନ ଅତି ଚମତ୍କାର ଭବେ କରିପାରିଛନ୍ତି। ଏଥିପାଇଁ ପ୍ରଶାସକ, ଅଧିନାୟକ, ଚୟନକର୍ତ୍ତା ଓ ଖେଳାଳିମାନେ ଏକାଠି ହେବା ଦରକାର।

ସମ୍ବନ୍ଧିତ ଖବର