ଦୁଇ ବର୍ଷ ତଳେ କରିଥିବା କାମ ପାଇଁ ଏବେ ସଲମାନଙ୍କ ବିରୋଧରେ ଏତଲା ରୁଜୁ କଲା ପୁଲିସ
ମୁମ୍ବାଇ : ବଲିଉଡ୍ ଅଭିନେତା ସଲମାନ ଖାନ୍ଙ୍କ ସମସ୍ୟା କମ ହେବାର ନାଁ ନେଉ ନାହିଁ । ପୂର୍ବରୁ ଅନେକ ଆଇନଗତ ମାମଲାରେ ସଲମାନ ଫସି ସାରିଥିବା ବେଳେ ଏବେ ପୁଣି ଥରେ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଛି । ସାର୍ବଜନିକ ସମ୍ପତ୍ତିକୁ ନଷ୍ଟ କରିବା ଅଭିଯୋଗରେ ତାଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି । ଦୁଇ ବର୍ଷ ତଳେ ଏହି ଘଟଣାକୁ ନେଇ ଅଭିଯୋଗ କରାଯାଇଥିବା ବେଳେ ପୁଲିସ ଏହି ମାମଲାକୁ ଦବାଇ ରଖିଥିଲା । କିନ୍ତୁ ଏବେ ଅଦାଲତର ହସ୍ତକ୍ଷେପ ପରେ ପୁଲିସ ଏତଲା ରୁଜୁ କରିଥିବା ଜଣା ପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଡିସେମ୍ବର ୪, ୨୦୧୭ରେ ମିଣ୍ଟୋ ବ୍ରିଜ୍ ଉପରେ ବେଆଇନ ଭାବେ ହୋଡିଂ ଲଗାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଏକ ଏନ୍ଜିଓ ତରଫରୁ କରାଯାଇଥିଲେ ମଧ୍ୟ ପୁଲିସ ମାମଲାକୁ ଦବାଇ ରଖିଥିଲା । ପରେ ଏନ୍ଜିଓର ନିର୍ଦ୍ଦେଶକ ଅଦାଲତର ବିଚାରପତିଙ୍କୁ ସଂପର୍କ କରି ପୂରା ଘଟଣା ଜଣାଇବା ପରେ ବିଚାରପତି ପୁଲିସକୁ ଏତଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦେଶ ଦେଇଛନ୍ତି ।