ସମୁଦ୍ର ସହ କଥା ହୋଇ ଭାବପ୍ରବଣ କବିତା ଲେଖିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମମଲାପୁରମ୍‌ ସମୁଦ୍ରକୂଳରେ ସଫେଇ କାମ କରିବା ପରେ ସମୁଦ୍ରକୁ ଚାହିଁ ଏକ ଭାବପ୍ରବଣ କବିତା ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ କବିତାଟିକୁ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ଵିଟର୍‌ରେ ସେୟାର୍‌ କରିବା ପରେ ଏହାକୁ ଅନେକ ଲୋକ ରି-ଟ୍ଵିଟ୍‌ କରି ସାରିଲେଣି। ସେ ସମୁଦ୍ର ସହ ନିଜର ଭାବନା ବାଣ୍ଟିଛନ୍ତି।

ରବିବାର ମୋଦୀ ହିନ୍ଦିରେ ଏକ କବିତା ଲେଖିଛନ୍ତି। କବିତାରେ ସେ ସମୁଦ୍ରକୁ ସମ୍ବୋଧନ କରି ତାହାର ଗୁଣଗାନ କରିଛନ୍ତି। ମୋଦୀ ଟ୍ଵିଟର୍‌ରେ ଏକ ୩ ମିନିଟ୍‌ର ଭିଡିଓ ବି ସେୟାର୍‌ କରିଛନ୍ତି। ଭିଡିଓରେ ସେ ସମୁଦ୍ରକୂଳକୁ ପ୍ଲାଷ୍ଟିକ୍‌ ଗୋଟାଉଥିବାର ନଜର ଆସିଛନ୍ତି।

ସମ୍ବନ୍ଧିତ ଖବର