କୋରାପୁଟ: କୋରାପୁଟର ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିର ଭିତରେ ମଙ୍ଗଳବାର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ଯୁବକଙ୍କ ପରିଚୟ ଓ ଆତ୍ମହତ୍ୟାର କାରଣ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା। ଏହି ଆତ୍ମହତ୍ୟା ଘଟଣା ସମ୍ପର୍କରେ ଖବର ପାଇ ରାମଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଆଜି ସକାଳେ କିଛି ସ୍ଥାନୀୟଲୋକେ ଓ ମନ୍ଦିର ପୂଜାରୀ ଗୁପ୍ତେଶ୍ୱର ମନ୍ଦିର ଭିତରକୁ ଯାଇଥିଲେ। ଏହି ସମୟରେ ଠିକ୍ ପ୍ରଭୁ ଗୁପ୍ତେଶ୍ୱରଙ୍କ ସାମ୍ନାରେ ବେକରେ ଦୌଡ଼ି ଦେଇ ଜଣେ ଯୁବକ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏହି ଦୃଶ୍ୟଦେଖି ସେମାନେ ଭୟଭୀତ ହୋଇଯାଇଥିଲେ। ଏବଂ ଏହି ଆତ୍ମହତ୍ୟା ଘଟଣା ପୁଲିସକୁ ଜଣାଇଥିଲେ।
ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମନ୍ଦିର ଭିତରୁ ଯୁବକର ମୃତଦେହକୁ ବାହାର କରି ଜବତ କରିଥିଲା। ତେବେ ଯୁବକ ଜଣକ ଏଠାକୁ କିପରି ଆସି ଏମିତି ଆତ୍ମହତ୍ୟା କଲା, ତାହା ପୁଣି କେହି କିପରି ଦେଖି ପାରିଲେ ନାହିଁ ଏହାକୁ ନେଇ ସ୍ଥାନୀୟଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି।