ଆସିଲା ଶରୀର ବ୍ୟବଚ୍ଛେଦ ରିପୋର୍ଟ, ଫରେନ୍ସିକ୍ ଯାଞ୍ଚ ପାଇଁ କିଛି ଅଙ୍ଗକୁ ସୁରକ୍ଷିତ ଭାବେ ରଖାଯାଇଛି

ମୁମ୍ବ‌ାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ସାରା ଦେଶରେ ଶୋକର ଛାୟା ଖେଳାଇଥିବା ବେଳେ ସମସ୍ତଙ୍କୁ ତାଙ୍କର ଶରୀର ବ୍ୟବଚ୍ଛେଦ ରିପୋର୍ଟର ଅପେକ୍ଷା ରହିିଥିଲା। ‌ଏବେ ସୁଶାନ୍ତଙ୍କ ଶରୀର ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇ ସାରିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଫାଶୀ ଲଗାଇଥିବା ହେତୁ ସୁଶାନ୍ତଙ୍କ ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଛି।

ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ଝୁଲନ୍ତା ମୃତଦେହ ମିଳିବା ସମୟରୁ ହିଁ ସେ ଫାଶୀ ଦେଇଥିବା ସ୍ପଷ୍ଟ ହୋଇଥିଲା। ତା ସତ୍ତ୍ବେ ବି ଫରେନ୍ସିକ୍‌ ଯାଞ୍ଚ ପାଇଁ ସୁଶାନ୍ତଙ୍କ ଶରୀରର ଅନେକ ଅଙ୍ଗକୁ ସୁରକ୍ଷିତ ଭାବେ ରଖାଯାଇଛି। ଅନ୍ୟପକ୍ଷରେ ପୁଲିସ୍‌ ସୁଶାନ୍ତଙ୍କ ଆତ୍ମହତ୍ୟା ପଛର କାରଣ ଖୋଜିବାକୁ ଚେଷ୍ଟା ଚଳାଇଛି।

ସୁଶାନ୍ତ ସିଂହ ରାଜପୁତ ବଲିଉଡ୍‌ର ଜଣେ ଉଦୀୟମାନ କଳାକାର ଥିଲେ। ତାଙ୍କର ଏପରି ଅକାଳ ବିୟୋଗରେ ପୂରା ଫିଲ୍ମ ଇଣ୍ଡଷ୍ଟ୍ରି ସ୍ତବ୍ଧ ‌ହୋଇପଡ଼ିଛି। ତାଙ୍କ ପର‌େଲୋକ ପରେ ଅନେକ ସେଲିବ୍ରେଟି ନିଜର ଶୋକ ପ୍ରକାଶ କରିଥିବ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏକ ଶୋକ ଭରା ପୋଷ୍ଟ୍‌ ଲେଖିଛନ୍ତି।

ଗତକାଲି ସୁଶାନ୍ତ ସିଂହ ରାଜପୁତଙ୍କ ପରିବାର ଲୋକ ମୁମ୍ବାଇ ପହଞ୍ଚିଛନ୍ତି। ଆଜି ଅପରାହ୍ନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ସୁଶାନ୍ତଙ୍କ ବାପା ପାଟ୍‌ନାରେ ଏକା ରହୁଥିଲେ। ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ତାଙ୍କ ଭଉଣୀ ପ୍ରଥମେ ତାଙ୍କ ବାପାଙ୍କୁ ଦେଇଥିଲେ ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର