ଜିଏସ୍ଟି କ୍ଷତିପୂରଣ ପ୍ରସଙ୍ଗ
କରୋନା ମୁକାବିଲା - ସହଦେବ ସାହୁ
କରୋନା ପାଇଁ ଲକ୍ଡାଉନ୍ ହେବା ଫଳରେ ବେପାର ବଣିଜ ହୋଇପାରୁନାହିଁ। ଖରିଦ ବିକ୍ରି ହୋଇପାରୁନଥିବାରୁ ରାଜସ୍ବ ଆଦାୟ ସା˚ଘାତିକ ଭାବେ ପ୍ରଭାବିତ ହୋଇଛି। ଏପ୍ରିଲ ଓ ମେ’, ଦୁଇ ମାସରେ ଜିଏସ୍ଟି ୯୪୩୨୩ କୋଟି ଟଙ୍କା ଆଦାୟ ହୋଇଛି, ଯାହାକି ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୪୬ ପ୍ରତିଶତ। ଲକ୍ଡାଉନ୍ ଆରମ୍ଭ ପୂର୍ବରୁ ମଧୢ ଜିଏସ୍ଟି ଆଦାୟ ଆଶାନୁରୂପକ ହେଉନଥିଲା। ଏହାର କାରଣ ଥିଲା ନିର୍ବାଚନ ପୂର୍ବରୁ ଅଧିକା˚ଶ ଦ୍ରବ୍ୟ ଓ ସେବା ଉପରେ କରହାର ହ୍ରାସ ଏବ˚ ଆର୍ଥିକ ମାନ୍ଦାବସ୍ଥା। ମାର୍ଚ୍ଚ ମାସରେ ଜିଏସ୍ଟି ଆଦାୟ ୯୭୫୯୭ କୋଟି ଟଙ୍କା ହୋଇଥିଲା, ଯାହାକି ଧାର୍ଯ୍ୟ ଲକ୍ଷ୍ୟରୁ କମ୍ ଥିଲା। ୨୦୧୮-୧୯ ଆର୍ଥିକ ବର୍ଷ ତୁଳନାରେ ୨୦୧୯-୨୦ ଆର୍ଥିକ ବର୍ଷରେ ଜିଏସ୍ଟି ଆଦାୟର ଅଭିବୃଦ୍ଧି ହାର ଥିଲା ମାତ୍ର ୩.୮%।
Sambad is now on WhatsApp
Join and get latest news updates delivered to you via WhatsApp
କରୋନା ହେତୁ ସରକାରଙ୍କର ବ୍ୟୟ ବଢ଼ିଯାଇଛି। ଏବେ ସ୍ବାସ୍ଥ୍ୟସେବା ଓ ଅର୍ଥନୈତିକ ଅବସ୍ଥା ସୁଧାରିବାକୁ ସରକାରଙ୍କର ଅର୍ଥ ଆବଶ୍ୟକ। ପ୍ରବାସୀ ଶ୍ରମିକଙ୍କର ଘରବାହୁଡ଼ା ଆର୍ଥିକ ଅବସ୍ଥାକୁ ଅଧିକ ଜଟିଳ କରି ଦେଇଛି। ସରକାରଙ୍କର ଦାୟିତ୍ବ ନିର୍ବାହ ଲାଗି ଅଧିକ ଅର୍ଥ ଲୋଡ଼ା ଥିବା ବେଳେ ରାଜସ୍ବ ହାନି ସରକାରଙ୍କ ପାଇଁ ଏକ ସ˚ଗିନ ଅବସ୍ଥା ସୃଷ୍ଟି କରିଛି।
ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଜିଏସ୍ଟି ପ୍ରଚଳନର ପାଞ୍ଚ ବର୍ଷ ପର୍ଯ୍ୟନ୍ତ, ଅର୍ଥାତ୍ ଜୁଲାଇ ୨୦୨୨ ପର୍ଯ୍ୟନ୍ତ ଜିଏସ୍ଟି ଲାଗୁ ଫଳରେ ରାଜ୍ୟର କ୍ଷତିର ଭରଣା କରାଯିବ। ଜିଏସ୍ଟି ପରିଷଦର ଅନୁମୋଦନ କ୍ରମେ ପାର୍ଲିଆମେଣ୍ଟ କ୍ଷତିପୂରଣ ଦେବାକୁ ଆଇନ କରିବ। ସେହି ଆଇନ ଅନୁସାରେ ଚାରିଟି ଦ୍ରବ୍ୟ ଯଥା ପାନମସଲା, ବିଳାସ ଗାଡ଼ି, ମୃଦୁ ପାନୀୟ ଏବ˚ ତମାଖୁ ପ୍ରସ୍ତୁତ ସାମଗ୍ରୀ ଉପରୁ ଜିଏସ୍ଟି କ୍ଷତିପୂରଣ ସେସ୍ ଆଦାୟ ହୁଏ ଏବ˚ ସେହି ସେସ୍ରୁ ଯେଉଁ ରାଜ୍ୟର କ୍ଷତି ହେଇଛି, ସେହି ରାଜ୍ୟମାନଙ୍କୁ ଦ୍ବି-ମାସିକ କ୍ଷତିପୂରଣ ଦିଆଯାଏ। ଦୁଇ ମାସରେ ହାରାହାରି ୧୭ ହଜାର କୋଟି ଟଙ୍କା କ୍ଷତିପୂରଣ ସେସ୍ ଆଦାୟ ହୁଏ। ଏପ୍ରିଲ-ମେ’ ଦୁଇ ମାସରେ ମାତ୍ର ୭୩୩୨ କୋଟି ଟଙ୍କା ସେସ୍ ଆଦାୟ ହୋଇଛି। ରାଜ୍ୟମାନଙ୍କର ଜିଏସ୍ଟି କ୍ଷତିପୂରଣ ଦାବି ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ବକେୟା ପଡ଼ିଛି।
ନିୟମିତ ଜିଏସ୍ଟି କ୍ଷତିପୂରଣ ପାଉଥିବା ରାଜ୍ୟମାନଙ୍କ ଭିତରୁ ଓଡ଼ିଶା ଅନ୍ୟତମ। ଜିଏସ୍ଟିର ଗଠନ ଓ ଓଡ଼ିଶାର ଅର୍ଥନୈତିକ ଅବସ୍ଥା ହେତୁ ଓଡ଼ିଶା ଜିଏସ୍ଟି ପ୍ରଚଳନରେ କ୍ଷତି ସହୁଛି। ଅଧିକା˚ଶ ରାଜ୍ୟରେ ଡାଲି, ଚାଉଳ, ଗହମ, ଅଟା, ମଇଦା, ସୁଜି ଇତ୍ୟାଦି ଖାଦ୍ୟଦ୍ରବ୍ୟ ଉପରେ ଭାଟ ଆଦାୟ ହେଉନଥିଲା ବେଳେ ଓଡ଼ିଶାରେ ୫% ଭାଟ୍ ଆଦାୟ ହେଉଥିଲା। ଜିଏସ୍ଟିରେ ଭାଟ୍ର ମିଶ୍ରଣ ଘଟିଲା ଏବ˚ ଏହିସବୁ ଦ୍ରବ୍ୟକୁ ଜିଏସ୍ଟିରେ କରମୁକ୍ତ କରାଗଲା। ୨୦୧୫-୧୬ ଆର୍ଥିକ ବର୍ଷରେ ଓଡ଼ିଶା ଏହିସବୁ ଦ୍ରବ୍ୟରୁ ପାଞ୍ଚଶହ କୋଟି ଟଙ୍କାରୁ ଅଧିକ ପାଉଥିଲା, ଯାହାକି ଜିଏସ୍ଟି ଲାଗୁ ହେଲା ପରେ ମିଳିଲା ନାହିଁ। ଓଡ଼ିଶାରେ ମୋଟ ଭାଟ୍ ଓ ପ୍ରବେଶ କର ପରିମାଣର ପାଖାପାଖି ୨୫% ଖଣିଜ ଦ୍ରବ୍ୟ ଓ ଶିଳ୍ପରୁ ଆସୁଥିଲା। ଏହିସବୁ ଦ୍ରବ୍ୟ ଉପରେ ଭାଟ୍ ଓ ପ୍ରବେଶ କର ମିଶି ୫.୫.% ଲାଗୁଥିଲା। କିନ୍ତୁ ଜିଏସ୍ଟିରେ ଏହି ସବୁ ଦ୍ରବ୍ୟ ଉପରୁ ମାତ୍ର ୨.୫% ମିଳୁଛି, ଅର୍ଥାତ ୨୫% ରାଜସ୍ବ ମିଳୁଥିବା ଦ୍ରବ୍ୟ ଉପରୁ ୩% କମ୍ ମିଳୁଛି। କରୋନା ପାଇଁ ‘ଲକ୍ଡାଉନ୍’ ପୂର୍ବରୁ ବି ଓଡ଼ିଶାର କ୍ଷତିପୂରଣ ଦାବି ଅଧିକ ରହୁଥିଲା ଏବ˚ ତାହା ଏବେ ବୃଦ୍ଧି ପାଇଛି।
୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଓଡ଼ିଶାର ୪୫୬ କୋଟି ଟଙ୍କା, ଡିସେମ୍ବରରୁ ମାର୍ଚ୍ଚ ଭିତରେ ୫୬୪ କୋଟି ଟଙ୍କା କ୍ଷତିପୂରଣ ବାକି ରହିଛି। ଏବେ ଏପ୍ରିଲ-ମେ’ ଦୁଇମାସ ପାଇଁ ଓଡ଼ିଶାର କ୍ଷତିପୂରଣ ପରିମାଣ ୨୪୪୪ କୋଟି ଟଙ୍କା ହେଉଛି। ଯେହେତୁ ବେପାର ବଣିଜ ହୋଇପାରୁନି, କରୋନା ‘ଲକ୍ଡାଉନ୍’ ଓ କଟକଣା କେତେଦିନ ରହିବ ଠିକ୍ ଆକଳନ କରାଯାଇପାରୁନି, ଜିଏସ୍ଟି ଆଦାୟ ଆଶାନୁରୂପକ ହୋଇ ପାରିବ ନାହିଁ, ଅନ୍ୟପକ୍ଷରେ କ୍ଷତିପୂରଣ ପାଇବା ମଧୢ କଷ୍ଟକର ହୋଇପଡ଼ିଛି। ଏବେ ଏହି ଅବସ୍ଥାେର ସୁଧାର ଆଣିବାକୁ ଜିଏସ୍ଟି ପରିଷଦର ଆଗାମୀ ବୈଠକ ବସିବ।
୨୦୧୫-୧୬ ଆର୍ଥିକ ବର୍ଷର ଟିକସ ପରିମାଣକୁ ହିସାବକୁ ନେଇ ପ୍ରତିବର୍ଷ ୧୪% ଅଭିବୃଦ୍ଧି ହାର ପ୍ରୟୋଗ କରି ରାଜ୍ୟର ଜିଏସ୍ଟି ରାଜସ୍ବ ଆକଳନ କରାଯାଉଛି ଏବ˚ ବାସ୍ତବ ସ˚ଗୃହୀତ ଜିଏସ୍ଟି ପରିମାଣ ସେଥିରୁ ବିୟୋଗ କରାଯାଇ କ୍ଷତିପୂରଣ ପରିମାଣ ନିର୍ଣ୍ଣୟ କରାଯାଉଛି। କେତେକ ମହଲରୁ ପ୍ରସ୍ତାବ ଆସୁଛି ୧୪% ଅଭିବୃଦ୍ଧି ହାରକୁ କମ କରାଗଲେ, କ୍ଷତିପୂରଣ ପରିମାଣ କମିଯିବ। କିନ୍ତୁ ତାହା କୌଣସି ରାଜ୍ୟ ଚାହିଁବେ ନାହିଁ। ଏବେ କରୋନା ହେତୁ ସ୍ବାସ୍ଥ୍ୟସେବା ଓ ଅର୍ଥନୀତିର ପୁନରୁଦ୍ଧାର ପାଇଁ ଅଧିକ ଅର୍ଥ ଆବଶ୍ୟକ, ୧୪% ଅଭିବୃଦ୍ଧି ହାରକୁ ହ୍ରାସ କରିବା ଉଚିତ ହେବ ନାହିଁ।
ଦ୍ବିତୀୟ ଉପାୟ କ୍ଷତିପୂରଣ ସେସ୍କୁ ବୃଦ୍ଧି କରି କ୍ଷତିପୂରଣ ପାଇଁ ଅଧିକ ସେସ୍ ଆଦାୟ କରିବା। କିନ୍ତୁ ଏହି ସମୟରେ, ଯେତେବେଳେ କରୋନା ‘ଲକ୍ଡାଉନ୍’ ପାଇଁ ଶିଳ୍ପ କ୍ଷତିଗ୍ରସ୍ତ; ସେହି ସମୟରେ ଟିକସ ଭାର କରଦାତାଙ୍କ ଉପରେ ଲଦିବା ମଧୢ ଉଚିତ ନୁହେଁ। ଏହି ସମୟରେ ଶିଳ୍ପ ଓ ଅର୍ଥନୈତିକ କାର୍ଯ୍ୟକଳାପର ପୁନରୁଦ୍ଧାର ପାଇଁ ଶିଳ୍ପକୁ ସରକାରୀ ସାହାଯ୍ୟ ଦେବା ଆବଶ୍ୟକ। ଟିକସ ଭାର ଲାଘବ ପାଇଁ ଉଦାର କର ବ୍ୟବସ୍ଥା ଲୋଡ଼ା, କର ଭାର ବୃଦ୍ଧି ଅନ୍ୟାୟ ହେବ।
ବର୍ତ୍ତମାନ ପାଇଁ ରାଜ୍ୟକୁ କ୍ଷତିପୂରଣ ଦେବାକୁ ଜିଏସ୍ଟି ପରିଷଦ ଖୋଲା ବଜାରରୁ ଋଣ ଆଣିପାରିବେ। ଏହି ପ୍ରସ୍ତାବ କେରଳର ଅର୍ଥମନ୍ତ୍ରୀ ଡକ୍ଟର ଥୋମାସ୍ ଆଇଜାକ୍ ପ୍ରସ୍ତାବ ରଖିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଖୋଲା ବଜାରରୁ ଜିଏସ୍ଟି ପରିଷଦ ଋଣ ଆଣି ରାଜ୍ୟମାନଙ୍କୁ କ୍ଷତିପୂରଣ ଦେଇପାରେ। ଅର୍ଥନୈତିକ ଅବସ୍ଥାର ପୁନରୁଦ୍ଧାର ପରେ କ୍ଷତିପୂରଣ ସେସ୍ରୁ ଋଣ ଶୁଝା ଯାଇପାରିବ। ଆଗାମୀ ଜିଏସ୍ଟି ପରିଷଦ ବୈଠକରେ ଏହା ଉପରେ ଆଲୋଚନା ହେବାର ଅଛି।
ଏହା ଉପସ୍ଥିତ ସଙ୍କଟର ସମାଧାନ ପନ୍ଥା। ଅଧିକ ଜିଏସ୍ଟି ଆଦାୟ ପାଇଁ ଦୀର୍ଘମିଆଦୀ ଯୋଜନାର ଆବଶ୍ୟକତା ରହିଛି। ସତରଟି ଟିକସକୁ ଉଚ୍ଛେଦ କରି ତାହା ବଦଳରେ ଜିଏସ୍ଟି ଲାଗୁ କରିବାର ଉଦ୍ଦେଶ୍ୟ ଟିକସ ବ୍ୟବସ୍ଥାକୁ ସ୍ବଚ୍ଛ, ସରଳ କରିବା ଏବ˚ ଶିଳ୍ପାୟନ ଓ ଅର୍ଥନୈତିକ ବୃଦ୍ଧିରେ ଟିକସ ବ୍ୟବସ୍ଥା ସହାୟକ ହେବା। କିନ୍ତୁ ଶିଳ୍ପାୟନ ଓ ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ଆନୁଷଙ୍ଗିକ ଯୋଜନା ସରକାରଙ୍କୁ କରିବାକୁ ପଡ଼ିବ।
ଜିଏସ୍ଟିର ନୀତି ଅନୁସାରେ ଯେଉଁ ରାଜ୍ୟରେ ଦ୍ରବ୍ୟ ବା ସେବା ବ୍ୟବହୃତ ହେବ ସେହି ରାଜ୍ୟକୁ ଟିକସ ମିଳିବ, ଅର୍ଥାତ୍ ଯେଉଁ ରାଜ୍ୟରେ ଖରିଦ ବିକ୍ରି ଅଧିକ ସେହି ରାଜ୍ୟକୁ ଅଧିକ ଟିକସ ମିଳିବ। ୨୦୧୧ ଜନଗଣନା ଅନୁସାରେ ଓଡ଼ିଶାର ଲୋକସ˚ଖ୍ୟା ୪ କୋଟି ୨୦ ଲକ୍ଷ, ହରିଆନାର ଲୋକସ˚ଖ୍ୟା ୨ କୋଟି ୫୪ ଲକ୍ଷ, ଓଡ଼ିଶାର ଲୋକସ˚ଖ୍ୟାର ଅଧାରୁ ଟିକେ ଅଧିକ, କିନ୍ତୁ ୨୦୧୯-୨୦ରେ ଓଡ଼ିଶାର ଜିଏସ୍ଟି ଆଦାୟ ୨୯୬୭୭ କୋଟି ହୋଇଥିଲା ବେଳେ ହରିଆନାର ଜିଏସ୍ଟି ଆଦାୟ ୫୯୫୬୦ କୋଟି, ଅର୍ଥାତ ଦୁଇଗୁଣାରୁ ଅଧିକ। ମହାରାଷ୍ଟ୍ରର ଲୋକସ˚ଖ୍ୟା ୧୧ କୋଟି ୨୪ ଲକ୍ଷ, ଓଡ଼ିଶାର ଲୋକସ˚ଖ୍ୟାରୁ ତିନିଗୁଣାରୁ କମ୍, କିନ୍ତୁ ଟିକସ ଆଦାସ ୧ ଲକ୍ଷ ୮୫ ହଜାର ୯୧୭ କୋଟି ଟଙ୍କା, ଅର୍ଥାତ୍ ଓଡ଼ିଶା ଠାରୁ ଛଅ ଗୁଣାରୁ ଅଧିକ। ସମୃଦ୍ଧ ଓ ଉନ୍ନତ ରାଜ୍ୟ ଅଧିକ ଟିକସ ପାଇବ, ଯେହେତୁ ସେହି ରାଜ୍ୟମାନଙ୍କରେ ଉପେଭାକ୍ତା ଅଧିକ।
ସରକାରଙ୍କୁ ସ୍ବାସ୍ଥ୍ୟ, ଶିକ୍ଷା ଏବ˚ କୃଷି ଓ ଶିଳ୍ପାୟନ ପାଇଁ ଭିତ୍ତି ସ˚ରଚନା କରିବା ସହିତ ଅର୍ଥନୈତିକ ଅଭିବୃଦ୍ଧି ଓ ଶିଳ୍ପର ବିକାଶ ପାଇଁ ପ୍ରାଥମିକତା ଦେବାକୁ ପଡ଼ିବ। ଅର୍ଥନୈତିକ ଅଭିବୃଦ୍ଧି ଘଟିଲେ ଟିକସ ଆଦାୟରେ ବୃଦ୍ଧି ଘଟିବ ଏବ˚ ସରକାର ଅଧିକ ସମ୍ବଳ ସ˚ଗ୍ରହ କରିପାରିବେ। ରାଜ୍ୟ ଆତ୍ମନିର୍ଭର ହେବାକୁ ଯୋଜନା ଲୋଡ଼ା।
ମୋ: ୯୪୩୭୫୭୮୭୩୩
[email protected]