ପାୱାରଙ୍କ ଟିପ୍ପଣୀ: ଇନ୍ଦିରା, ବାଜପେୟୀ ବି ହାରିଥିଲେ

ମୁମ୍ବାଇ: ଅତୀତ ନିର୍ବାଚନରେ ଇନ୍ଦିରା ଗାନ୍ଧି ଓ ଅଟଳ ବିହାରୀ ବାଜପେୟୀଙ୍କ ଭଳି ନେତା ମଧ୍ୟ ହାରିଥିଲେ। ସୁତରାଂ ରାଜନେତାମାନେ କୌଣସି ପରିସ୍ଥିତିରେ ବି ମତଦାତାମାନଙ୍କୁ ସେମାନଙ୍କର ବଶଂବଦ ବୋଲି ଭାବିବା ଠିକ୍‌ ନୁହେଁ। ଭାରତୀୟ ଜନତା ପାର୍ଟି(ବିଜେପି)କୁ ଆକ୍ଷେପ କରି ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଏଭଳି ଟିପ୍ପଣୀ କରିଛନ୍ତି। ଗତବର୍ଷ ବିଧାନସଭା ନିର୍ବାଚନ ବେଳେ ‘ମୁଁ ପୁଣି ଫେରିବି’ ବୋଲି ମନ୍ତବ୍ୟ ଦେଇଥିବା ମହାରାଷ୍ଟ୍ରର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍‌ଙ୍କୁ ସମାଲୋଚନା କରି ପାଵାର କହିଛନ୍ତି ଯେ ସେଭଳି ବାହାସ୍ଫୋଟ ମାରି କହିବାକୁ ଭୋଟର ଅହଂକାର ବୋଲି ଧରିନେଲେ ଏବଂ ତାଙ୍କୁ ପାନେ ଚଖାଇବାକୁ ଅନୁଭବ କଲେ। ଅପରପକ୍ଷେ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେଙ୍କ ନେତୃତ୍ଵାଧୀନ ମହା ବିକାଶ ଅଘାଡ଼ି(ଏମ୍‌ଭିଏ) ଗଠବନ୍ଧନର ତିନି ସହଯୋଗୀ ଶାସକ ଦଳ ଶିବସେନା, କଂଗ୍ରେସ ଓ ଏନ୍‌ସିପି ମଧ୍ୟରେ କିଛି ବିଭେଦ ରହିଛି ବୋଲି ଉଠିଥିବା ଗୁଜବକୁ ସେ ଖଣ୍ଡନ କରିଛନ୍ତି।

ସମ୍ବନ୍ଧିତ ଖବର