ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ଲାଗି ନୂଆ ଗାଇଡଲାଇନ ଘୋଷଣା କଲା କେନ୍ଦ୍ର
ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ପାଇଁ ସଂଶୋଧିତ ଗାଇଡଲାଇନ ଘୋଷଣା କରାଯାଇଛି । ଏସବୁ ନୂଆ ଗାଇଡଲାଇନ ଅଗଷ୍ଟ ୮ରୁ ଲାଗୁ ହେବ । ଏହି ନୂଆ ନିୟମ ଅନୁସାରେ ଯାତ୍ରୀମାନେ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ ଏକ ଆତ୍ମ-ଘୋଷଣା ଫର୍ମରେ ସେମାନେ ଦର୍ଶାଇବେ ଯେ ସେମାନେ ପହଞ୍ଚିବା ପରେ ନିଜ ଖର୍ଚ୍ଚରେ ୭ ଦିନଆ କ୍ୱାରାଣ୍ଟାଇନ ଓ ଆଉ ୭ ଦିନ ଘରେ ରହିବେ ।
Sambad is now on WhatsApp
Join and get latest news updates delivered to you via WhatsApp
କେତେକ ସ୍ୱତନ୍ତ୍ର କ୍ଷେତ୍ରରେ ଯେପରିକି ଗର୍ଭାବତୀ ମହିଳା, ୧୦ ବର୍ଷ ପର୍ଯ୍ୟନ୍ତ ଶିଶୁ, ରୋଗୀ, ପରିବାରରେ ମୃତ୍ୟୁହୋଇଥିଲେ, ସଂପୃକ୍ତ ଯାତ୍ରୀ ନିଜ ଘରେ ୧୪ ଦିନ ପାଇଁ କ୍ୱାରାଣ୍ଟାଇନରେ ରହିପାରିବେ । ଯଦି ସେମାନେ ଏହି ରିହାତି ପାଇବାକୁ ଚାହୁଁଛନ୍ତି ସେମାନେ ଏକ ଅନଲାଇନ ପୋର୍ଟାଲ (www.newdelhiairport.in) ଯାତ୍ରାର ୭୨ ଘଣ୍ଟା ପୂର୍ବରୁ ଏକ ଆତ୍ମ-ଘୋଷଣା ଫର୍ମରେ ସେମାନେ ସେ ସଂପର୍କରେ ଦର୍ଶାଇବେ ।