ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନାକୁ ୬ ବର୍ଷ ପୂରିଲା, ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା ସଫଳତାର ସହ ଲାଗୁ ହେବା ସହ ୬ ବର୍ଷ ପୂରଣ କରିଛି। ୨୦୧୪ ମସିହା ଅଗଷ୍ଟ ୧୫ ତାରିଖ ଦିନ ସ୍ବାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା’ ଘୋଷଣା କରିଥିଲେ।

‘ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା’ର ଛଅ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆନନ୍ଦ ବ୍ୟକ୍ତ କରିଛନ୍ତି। ଏହାକୁ ସଫଳ କରିବା ନିମନ୍ତେ ଅକ୍ଳାନ୍ତ ପରିଶ୍ରମ କରିଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।

ଟୁଇଟ୍ କରି ସେ ଲେଖିଛନ୍ତି, ‘ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା’ ଯୋଜନାକୁ ଧନ୍ୟବାଦ, କେତେକ ପରିବାରର ଭବିଷ୍ୟତ ନିରାପଦ ହୋଇପାରିଲା। ଏହି ଯୋଜନାର ବହୁଳାଂଶ ହେଉଛନ୍ତି ମଫସଲ ଅଞ୍ଚଳର ମହିଳା। ‘ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା’ ସଫଳ କରାଇବାରେ ଯେଉଁମାନେ ପାରୁପର୍ଯ୍ୟନ୍ତ ଉଦ୍ୟମ କରିଛନ୍ତି ସେମାନେ ମୁଁ ସେମାନଙ୍କୁ ସାବାସୀ ଦେଉଛି।

Image Courtesy of PM’s Tweet

ସୁବିଧାରେ ବ୍ୟାଙ୍କିଙ୍ଗ୍/ସଞ୍ଚୟ ଓ ଜମା ଖାତା, ଅର୍ଥ ସ୍ଥାନାନ୍ତର, ଜମା, ବୀମା, ପେନ୍‌ସନ୍‌ ଆଦି ଅର୍ଥନୈତିକ ସେବା ଯୋଗାଇ ଦେବା ନିମନ୍ତେ ‘ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା’ ହେଉଛି ଏକ ଜାତୀୟ ଅଭିଯାନ।

୨୦୨୦, ଅଗଷ୍ଟ ୧୯ ତାରିଖ ଦିନ ଅର୍ଥ ମନ୍ତ୍ରାଳୟ କହିଥିଲା ଯେ, ସମୁଦାୟ ‘ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା’ ଖାତାସଂଖ୍ୟା ୪୦. ୩୫ରେ ପହଞ୍ଚିଲାଣି। ମଫସଲ ଅଞ୍ଚଳର ‘ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା’ ଖାତାସଂଖ୍ୟା ୬୩. ୬% ଥିବାବେଳେ ମହିଳାମାନଙ୍କର ‘ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା’ ଖାତାସଂଖ୍ୟା ୫୫.୨%ରେ ପହଞ୍ଚିଛି। ଏହି ଯୋଜାନାର ପ୍ରଥମ ବର୍ଷ ୧୭. ୯୦ କୋଟି ଖାତା ଖୋଲିଥିଲା।

 

ସମ୍ବନ୍ଧିତ ଖବର