ବ୍ରିଟେନକୁ ବିମାନ ଚଳାଚଳ ଉପରେ ଲାଗିଥିବା ପ୍ରତିବନ୍ଧକ ଅବଧି ଆଗକୁ ବଢ଼ିପାରେ: ହରଦୀପ ସିଂ ପୁରୀ

ନୂଆଦିଲ୍ଲୀ: ଇଂଲଣ୍ଡ୍‌ର ନୂତନ ଗୁଣସୂତ୍ରଧାରୀ କରୋନାଭାଇରସ୍‌ ସଂକ୍ରମଣ ଆରମ୍ଭ ହୋଇଥିବା ବେଳେ ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ଡିସେମ୍ବର ୩୧ ପର୍ଯ୍ୟନ୍ତ ବ୍ରିଟେନରୁ ଆସୁଥିବା ସମସ୍ତ ବିମାନ ଉଡ଼ାଣ ଉପରେ ରୋକ ଲଗାଇଛନ୍ତି। ଏହି ପ୍ରତିବନ୍ଧକ ଡିସେମ୍ବର ୨୨ତାରିଖ ରାତି ୧୧ଟା୫୯ମିନିଟରୁ ଲାଗୁ ହୋଇ ଡିସେମ୍ବର ୩୧ ରାତି ୧୧ଟା୫୯ ମିନିଟ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଥିଲା। କିନ୍ତୁ ଏବେ ପରିସ୍ଥିତିକୁ ଦେଖି ପ୍ରତିବନ୍ଧକ ଅବଧି ଆଗକୁ ବଢ଼ାଇ ଦିଆଯାଇପାରେ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ।

ଆଜି ବ୍ରିଟେନରୁ ଭାରତ ଆସିଥିବା ୬ଜଣ ଯାତ୍ରୀ କରୋନାର ନୂଆ ଷ୍ଟ୍ରେନ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଏଭଳି ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପୁରୀ। ତାଙ୍କ କହିବା ମୁତାବକ, ବ୍ରିଟେନକୁ ବିମାନ ଚଳାଚଳ ଉପରେ ଲାଗିଥିବା ଏହି ପ୍ରତିବନ୍ଧକ ଆଉ କିଛି ଦିନ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ମୁଁ ଅନୁମାନ କରୁଛି । କିନ୍ତୁ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯିବ ନାହିଁ।

Foresee suspension of UK flights to be further extended: Aviation Minister Hardeep Singh Puri - Newsroom Post | DailyHunt
Dailyhunt

ଉଲ୍ଲେଖଯୋଗ୍ୟ, କରୋନାର ନୂଆ ଷ୍ଟ୍ରେନ ଦ୍ବାରା ଆକ୍ରାନ୍ତ ହୋଇଥିବା ୬ଜଣ ଆକ୍ରାନ୍ତମାନଙ୍କ ମଧ୍ୟରୁ ତିନିଜଣ ବେଙ୍ଗାଲୁରୁର ‘ଏନ୍‌ଆଇଏମ୍‌ଏଚ୍‌ଏଏନ୍‌ଏସ୍‌’ରେ ଥିବା ବେଳେ ଦୁଇଜଣ ହାଇଦ୍ରାବାଦସ୍ଥିତ ‘ସେଣ୍ଟର୍‌ ଫର୍‌ ମଲିକ୍ୟୁଲାର୍‌ ବାୟୋଲୋଜି ଏବଂ ଅନ୍ୟ ଜଣେ ପୁଣେସ୍ଥିତ ‘ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି’ରେ ଅଛନ୍ତି। ଏହି ସମସ୍ତ ଆକ୍ରାନ୍ତଙ୍କୁ ରାଜ୍ୟ ସରକାରଙ୍କ ସ୍ୱୀକୃତ ସ୍ୱାସ୍ଥ୍ୟ ସେବା କେନ୍ଦ୍ରମାନଙ୍କର ‘ସିଙ୍ଗଲ୍‌ ରୁମ୍‌ ଆଇସୋଲେସନ୍‌’ରେ ରଖାଯାଇଛି। ସେମାନଙ୍କ ନିବିଡ଼ ସମ୍ପର୍କରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ‘କ୍ୱାରେଣ୍ଟିନ୍‌’ରେ ରଖାଯାଇଛି। ଚିହ୍ନଟ ଆକ୍ରାନ୍ତମାନଙ୍କ ସହଯାତ୍ରୀ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ପରିବାରବର୍ଗ ଓ ଅନ୍ୟମାନଙ୍କୁ ଚିହ୍ନଟ କରିବା ଲାଗି ବ୍ୟାପକ କଣ୍ଟାକ୍ଟ୍‌ ଟ୍ରେସିଙ୍ଗ୍‌ ଅଭିଯାନ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର