ଭୁବନେଶ୍ବର : ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ସରକାର ସମସ୍ତ ଅନ୍ତଃରାଜ୍ୟ ବସ୍ ସେବାକୁ ବାତିଲ କରିଛନ୍ତି। ଏ ନେଇ ଆଜି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। କହିଛନ୍ତି ରାଜ୍ୟ ଭିତରେ ବସ୍ ସେବା ଜାରି ରହିବ। ବସ୍ ଭିତରେ କୌଣସି ଯାତ୍ରୀ ଠିଆ ହୋଇ ଯିବେ ନାହିଁ। ଅଟୋରିକ୍ସା ଓ ଚାରିଚକିଆ ଯାନଗୁଡ଼ିକରେ ଡ୍ରାଇଭରକୁ ଛାଡ଼ି ମାତ୍ର ଦୁଇଜଣ ଯାତ୍ରୀ ପରିବହନ କରିପାରିବେ। ଆରଟିଓ ଓ ପୁଲିସ ମିଳିତ ଭାବେ ଚେକିଂ କରିବେ। ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସମସ୍ତ ବସ୍ଷ୍ଟାଣ୍ଡରେ କୋଭିଡ ନିୟମ କଡ଼ାକଡ଼ି ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ବେହେରା କହିଛନ୍ତି।