ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ଓ ଅଘୋଷିତ ବିଜୁଳି କାଟ୍‌ ପ୍ରତିବାଦରେ ବିଜେପି ପକ୍ଷରୁ ବିକ୍ଷୋଭ ଓ ଘେରାଉ

ପଦ୍ମପୁର : ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି, ଅଘୋଷିତ ବିଜୁଳି କାଟ୍‌, ଲୋ-ଭୋଲ୍‌ଟେଜ୍‌ ସମସ୍ୟା ପ୍ରତିବାଦରେ ବୁଧବାର ବ‌ିଜେପି ପକ୍ଷରୁ ବିଭାଗୀୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଘେରାଉ କରାଯାଇଛି। ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ପାଇଁ ବିଜେପି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପଦ୍ମପୁର ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓଙ୍କ ଜରିଆରେ ପ୍ରଦାନ କରାଯାଇଛି। ଯଦି ଶୀଘ୍ର ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ବ‌ିଜେପି ଚେତାବନୀ ଦେଇଛି।

ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀଙ୍କ ଦ୍ବାରା ପରିଚାଳିତ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷ କୁମରମଣି ନାଏକ, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ପ୍ରୀତେଶ ବହିଦାର, ନାରୀନେତ୍ରୀ ଜ୍ୟୋତ୍ସ୍ନାରାଣୀ କର, ସରସ୍ୱତୀ ସାହୁ, ମଣ୍ଡଳ ସଭାପତି ସୁନୀଲ ଅଗ୍ରୱାଲ, ନିରାକାର ବରିହା, ସୌକିଲାଲ ସାହା, କେତନ ମେହେର, ସାଂସଦ ପ୍ରତିନିଧି ଡ. ଶ୍ରୀକାନ୍ତ ପାଣିଗ୍ରାହୀ, ଅଶୋକ ମିଶ୍ର, ଚିନ୍ମୟ ପଣ୍ଡା, ଆଇନଜୀବୀ ଆଦିତ୍ୟ ରଥ, ସୁବାସ ପାତ୍ର, ହରି ସିଂ, ସରୋଜ ମିଶ୍ର, ପ୍ରମୋଦ ମେହେର, ନରେଶ ସୁନ୍ଦର ସାହୁ, ଦିନେଶ ବାରିକ, ମଣ୍ଟୁ ପାଣ୍ଡେ, ଲକ୍ଷ୍ମୀକାନ୍ତ ବରିହା, ଦୀପକ ବାରିକ, ନୀଳାଞ୍ଚଳ ଦରୱାନଙ୍କ ସମେତ ଦଳୀୟ କର୍ମକର୍ତ୍ତା ସାମିଲ ଥିଲେ।

ପାଇକମାଳ:  ବର୍ଦ୍ଧିତ ବିଦ୍ୟୁତ୍‌ ଶୁଳ୍କ ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ସ୍ଥାନୀୟ ଗ୍ରିଡ୍‌ସ୍ଥିତ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା। ଜିଲ୍ଲା ଉପ ସଭାପତି ସରୋଜ ସାମଲଙ୍କ ନେତୃତ୍ବରେ ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ଗୋବର୍ଦ୍ଧନ ଅଗ୍ରୱାଲ, ପାଇକମାଳ ମଣ୍ତଳ ସଭାପତି କୈଳାସ ଦିଶ୍ରୀ, ମାଣ୍ଡୋସିଲ ମଣ୍ତଳ ସଭାପତି ସଂଜୟ ବେହେରା, ସାଂସଦ ପ୍ରତିନିଧି ବଳରାମ ସାହୁ, ଜିଲ୍ଲା ଯୁବମୋର୍ଚ୍ଚା ଉପ ସଭାପତି ରୋଶନ ପାଣିଗ୍ରାହୀ, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସୁବାସିନୀ ପ୍ରଧାନ, ପୁରନ୍ଦର ସାହୁ, ସୁଶାନ୍ତ ନାଗ, ଦିବାକର ତାଣ୍ତି, ଅକ୍ଷୟ ସାହୁ, ମନୋଜ କୁମ୍ଭାରଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଏକ ଶୋଭାଯାତ୍ରାରେ ଆସି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସ୍ଥାନୀୟ ବିଭାଗୀୟ ଏସ୍‌ଡିଓ ପୁରନ୍ଦର ସାହୁଙ୍କୁ ପ୍ରଦାନ କରିଥିଲେ।

ଝାରବନ୍ଧ: ଝାରବନ୍ଧ ବ୍ଲକ୍‌ ବିଜେପି ତରଫରୁ ୬ ଦଫା ଦାବି ନେଇ ସ୍ଥାନୀୟ ବିଦ୍ୟୁତ୍‌ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦାବି ମୁତାବକ ବର୍ଦ୍ଧିତ ବିଦ୍ୟୁତ୍‌ ଶୁଳ୍କ ପ୍ରତ୍ୟାହାର, ଅଘୋଷିତ ବିଜୁଳି କାଟ୍, ଲୋ ଭୋଲଟେଜ୍ ସମସ୍ୟା ସହିତ ୬ଟି ଦାବି ଉପସ୍ଥାପନ କରାଯାଇଛି। ଏହି ଅବସରରେ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଝାରବନ୍ଧ ବିଦ୍ୟୁତ୍‌ ବିଭାଗର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଅମରେଶ କନ୍ଧଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବିଜେପି ନେତା ଡା. ଲମ୍ବୋଧର ପଣ୍ଡା, ଜୟକୁମାର ନିଗମ, କୁମୁଦିନୀ ସାହୁ, ଧନମତି ପାଣ୍ଡେ, ଦୁର୍ଗାପ୍ରସାଦ ଅଗ୍ରୱାଲ, ହରିହର ସାହୁ, ବିନୋଦ ବାଗ, ମଦନ ପଟେଲ, ହରେକୃଷ୍ଣ ପଟେଲ, ଗମ୍ଭୀର ବାଗ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର