ଫ୍ରିଜ ସମେତ ବିପୁଳ ପରିମାଣର ଚୋରାମଦ ଜବତ, ବେପାରୀ ଗିରଫ

ବାଲିଅନ୍ତା:ବାଲିଅନ୍ତା ଥାନା ପୁଲିସ ଚୋରାମଦ ବିକ୍ରି ମାମଲାରେ ଆଜି ଜଣେ ଚୋରାମଦ ବ୍ୟବସାୟୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଚୋରା ବେପାରୀ ହେଲା ବାଳକାଟି ଫାଣ୍ଡି ଅଧୀନ ରଥଇଜେମା ୮୦ ଘର ସାହିର ରଘୁ ଓରଫ ରଘୁନାଥ ସାହୁ(୪୬)। ତେବେ କୋର୍ଟରେ ରଘୁର ଜାମିନ ଖାରଜ ହୋଇଯିବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ରଘୁନାଥଙ୍କ ଘରୁ ପୁଲିସ ଗୋଟିଏ ଫ୍ରିଜ ସହିତ ୧୫ ପେଟି ଆସ୍କାଫର୍ଟି (ପ୍ରତି କାର୍ଟୁନରେ ୨୫ ବୋତଲ) , ୭ ପେଟି ବିଦେଶୀ ମଦ(ପ୍ରତି କାର୍ଟୁନରେ ୪୮ ବାତଲ) ଓ ୨୫ଟି କିଙ୍ଗଫିସର ବିଅର ବୋତଲ ଜବତ କରିଥିଲା। ଜବତ ଅନ୍ୟାନ୍ୟ ବ୍ୟବହୃତ ସାମଗ୍ରୀ ଓ ମଦର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ହରମୋହନଙ୍କ ଅଭିଯୋଗ ଆଧାରରେ ନଂ ୨୬୩/୨୧ରେ ମାମଲା ରୁଜୁ ହୋଇଛି।

ସୂଚନା ମୁତାବକ ରଘୁ ଦୀର୍ଘଦିନ ଧରି ଚୋରାମଦ କାରବାର ଚଳାଇଥିବା ନେଇ ପୁଲିସରେ ଅଭିଯୋଗ ହୋଇଥିଲା। ଆଜି ପୂର୍ବାହ୍ନରେ କୌଣସି ସୂତ୍ରରୁ ଖବର ପାଇ ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ବାଇଁ, ଏସଆଇ ମମତାଜ ଅଲ୍ଲୀ ଖାନ ଓ ଏସଆଇ ତୃପ୍ତିମୟୀ ରାଉତ ପ୍ରମୁଖ ରଘୁଙ୍କ ଘରେ ଚଢ଼ଉ କରିବାରେ ସେଠାରେ ମହଜୁଦ ରଖାଯାଇଥିବା ଉପରୋକ୍ତ ପରିମାଣର ମଦ ମିଳିଥିଲା।

ସମ୍ବନ୍ଧିତ ଖବର