ଭୁବନେଶ୍ବର : ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମହାତ୍ମା ଗାନ୍ଧୀମାର୍ଗରେ ଅନୁଷ୍ଠିତ ପରେଡ୍ ରିହର୍ସାଲର ଦ୍ବିତୀୟ ଦିନରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଅଭ୍ୟାସ ପରିଦର୍ଶନ କରିଛନ୍ତି। ଭାଗ ନେଇଥିବା ସମସ୍ତ ୧୧ଟି ଟ୍ରୁପ୍ର ସଦସ୍ୟଙ୍କ ପରେଡ୍ ପରଖିବା ସହିତ କିଛି ପୁଲିସ ଟ୍ରୁପ୍ର ପରେଡ୍ ଚାଲିରେ ତ୍ରୁଟି ସୁଧାରିବାକୁ ପରାମର୍ଶ ଦେଇଛନ୍ତି। ପ୍ରାୟ ୨ ରାଉଣ୍ଡର ରିହର୍ସାଲ୍ କରାଯିବା ପରେ ରବିବାର ପରେଡ୍ ଅଭ୍ୟାସକୁ ସ୍ଥଗିତ ରଖାଯାଇଥିଲା। ଆଜି ସକାଳ ୭ଟା ୩୦ରେ ପରେଡ୍ ରିହର୍ସାଲ୍ କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ କମିସନରଙ୍କ ସମେତ ଅତିରିକ୍ତ ପୁଲିସ କମିସନର ନିତିଶେଖର, ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ପ୍ରମୁଖ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ କରୋନା ପାଇଁ ୧୧ଟି ଟ୍ରୁପ୍ ପରେଡ୍ରେ ଭାଗ ନେଉଥିବା ବେଳେ ୨୦୦୯ ବ୍ୟାଚ୍ର ଆଇପିଏସ୍ ରୋହିତ ବର୍ମା କମାଣ୍ଡିଂ ଅଫିସର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ପରେଡ୍ରେ ଭାଗ ନେଇଥିବା ସମସ୍ତ ଟ୍ରୁପ୍ ସଦସ୍ୟଙ୍କର କୋଭିଡ୍ ଆର୍ଟିପିସିଆର୍ ନେଗେଟିଭ୍ ଆସିବା ପରେ ଅଂଶଗ୍ରହଣ କରିଛନ୍ତି।