ଜଣେ ମହିଳାଙ୍କ ଶେଷଇଚ୍ଛା : ମୋ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଆସିଥିବା ଲୋକଙ୍କ ପାଇଁ ରହିବ ଏହି ୯ଟି ନିୟମ

ନୂଆଦିଲ୍ଲୀ: ଜଣେ ମହିଳାଙ୍କ ଟିକଟକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥି‌ରେ ସେ ତାଙ୍କ ଅନ୍ତିମ ସଂସ୍କାରକୁ ନେଇ ଅଦ୍ଭୁଦ ନିୟମ ରଖିଛନ୍ତି।

ଟିକଟକରେ @iamjist ନାମକ ବ୍ୟବହାରକାରୀ ନିଜ ଅନ୍ତିମ ସଂସ୍କାର ପାଇଁ ପାଖାପାଖି ୯ଟି ନିୟମ ରଖିଛନ୍ତି। ଯାହାର ସେ ଏକ ଭିଡିଓ ବି ସେୟାର କରିଛନ୍ତି। ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଆସିଥିବା ଲୋକଙ୍କୁ ଏହି ନିୟମ ନିଶ୍ଚୟ ପାଳନ କରିବାକୁ ହେବ ବୋଲି ସେ କହିଛନ୍ତି।

ନିୟମ ୧: ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଆସିଥିବା ଲୋକଙ୍କୁ ତାଙ୍କ ସହିତ ଉଠାଇ ଥିବା କିଛି ଫଟୋ ଦେଖାଇବାକୁ ହେବ। ସେ ଫଟୋ ପୁରୁଣା ହେଉ ଅବା ନୂଆ ।

ନିୟମ ୨: ଲୋକେ ତାଙ୍କ ପାଇଁ ଫାଉଣ୍ଡେସନ, ଲିପ ଗ୍ଲସ, ମସ୍କାରା ଭଳି ବିୟୁଟି ସାମଗ୍ରୀ ଆଣିଥିବା ଦରକାର।

ନିୟମ-୩: ତାଙ୍କ ମୃତଦେହ ପାଖରେ ‌ଯେମିତି କେହି ହେଲେ ବୁଲାବୁଲି କରିବେ ନାହିଁ।
ନିୟମ-୪: ମହିଳା କହିଛନ୍ତି, ମୋ ଅନ୍ତିମ ସଂସ୍କାରକୁ ଲୋକେ ଚୁଇଙ୍ଗମ ନେଇ ଆସିବେ । ହୁଏତ ମୁଁ ସେତେବେଳେ ଏହା ଶୁଙ୍ଘି ପାରିବି ନାହିଁ। କିନ୍ତୁ ଦୁଃଖ ସମୟ‌ରେ ନିଶ୍ବାସ ନେବା ବେଳେ ମୋର ଆଦାର କରୁଥିବା ଦରକାର।

ନିୟମ-୫: ଅନ୍ତିମ ସଂସ୍କାରେ ସାମିଲ ଥିବା ଲୋକ ୫ମିନିଟ ଭିତରେ ନିଜର ଭାଷଣ ଶେଷ କରିବା ନେବା ଦରକାର।

ନିୟମ-୬: କେହି ବି ବ୍ୟକ୍ତି କଳା ରଙ୍ଗର ପୋଷାକ ପିନ୍ଧି ଆସିବେ ନାହିଁ। କିଛି ରଙ୍ଗବିରଙ୍ଗ ପୋଷାକ ପିନ୍ଧି ଆସିବେ।

ନିୟମ-୭: ଅନ୍ତିମ ସଂସ୍କାରରେ କେବଳ ସୋଲ ଫୁଡ଼ ହିଁ ପରସା ଯିବ। ହାତରେ ଖାଇ ହେଉଥିବା କୌଣସି ଖାଦ୍ୟ ପରସା ଯିବ ନାହିଁ। (ସେଲ ଫୁଡ଼ ଆଫ୍ରିକୀ ଆମେରିକନ ଲୋକଙ୍କ ପାରମ୍ପରିକ ଭୋଜନ)

ନିୟମ-୮: ଅତି କମରେ ଦୁଇଟି ଡ୍ରିଙ୍କ କରିବାକୁ ହେବ। ଯେଉଁମାନେ ଏହାଠାରୁ କମ କରିବେ ସେମାନେ ଅନ୍ତିମ ସଂସ୍କାରରେ ସାମିଲ ନହୋଇ ନିଜ ଘରକୁ ଯାଇ ପାରିବେ।

ନିୟମ-୯: ଶେଷ ନିୟମ ଟି ହେଉଛି, ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଆସିଥିବା ଲୋକେ ମାତ୍ର ୨୦ ମିନିଟ ହିଁ କାନ୍ଦି ପାରିବେ।

ସମ୍ବନ୍ଧିତ ଖବର