ଦେଶର ପ୍ରଥମ ଘରୋଇ ବିକ୍ରମ-ଏସ୍ ରକେଟ ଉତ୍କ୍ଷେପଣ କରି ଇତିହାସ ରଚିଲା ଇସ୍ରୋ
ନୂଆଦିଲ୍ଲୀ/ ଭୁବନେଶ୍ବର: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପ୍ରଥମ ଘରୋଇ ବିକ୍ରମ-ସବଅରବିଟାଲ (ବିକ୍ରମ –ଏସ୍) ରକେଟ ସଫଳତାର ସହ ଉତ୍କ୍ଷେପଣ କରି ଇତିହାସ ସୃଷ୍ଟି କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ଏବଂ ରାଷ୍ଟ୍ରମନ୍ତ୍ରୀ ପିଏମଓ, ଆଣବିକ ଶକ୍ତି ଓ ମହାକାଶ ଡକ୍ଟର ଜିତେନ୍ଦ୍ର ସିଂ ବ୍ୟକ୍ତିଗତ ଭାବେ ଏହି ସ୍ମରଣୀୟ ମୁହୂର୍ତ୍ତର ଅବଲୋକନ କରି ଏହା କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଇସ୍ରୋ ଟିମ୍ ଓ ସଂସଦୀୟ ମହାକାଶ ଷ୍ଟାର୍ଟଅପ୍ ସ୍କାଏରୁଟ୍ ଏରୋସ୍ପେସକୁ ଏକ ସଂକ୍ଷିପ୍ତ ଅଭିନନ୍ଦନ ବାର୍ତ୍ତା ଦେଇ ଡକ୍ଟର ସିଂ କହିଛନ୍ତି ଯେ “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ ସମୟରେ ଏହା ଐତିହାସିକ ଷ୍ଟାର୍ଟଅପ୍ କ୍ଷେତ୍ରରେ ଏକ ନୂଆ ମୋଡ ! ଇସ୍ରୋର ମହାକାଶକୁ ବିକ୍ରମ-ଏସ ରକେଟ ଉତ୍କ୍ଷେପଣର ଏହା ଏକ ନୂତନ ଅୟମାରମ୍ଭ । ଦେଶର ୭୫ବର୍ଷ ଇତିହାସରେ ଇସ୍ରୋ ମହାକାଶ ଯାତ୍ରାରେ ଏହା ଦ୍ବାରା ଆଉ ଏକ ସଫଳତାର ମାଇଲଖୁଣ୍ଟ ସ୍ପର୍ଶ କରିଛି । ଏଥି ଯୋଗୁଁ ଭାରତ ବିଶ୍ୱରେ ଅଗ୍ରଣୀ ମହାକାଶ ଶକ୍ତିର ଅଧିକାରୀ ହୋଇପାରିଛି । ମହାକାଶ କ୍ଷେତ୍ରରେ ଭାରତରେ ଘରୋଇ ଭାଗିଦାରିତାର ସାମିଲ ପାଇଁ ଦୁଇବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚେଷ୍ଟା ଆଜି ସଫଳ ହୋଇଛି। ବିକ୍ରମ-ଏସ୍ ଗୋଟିଏ ଏକକ ପର୍ଯ୍ୟାୟଭୁକ୍ତ ଇନ୍ଧନ ରକେଟ । ଏହା ଆସନ୍ତା ବର୍ଷ ଛଡା ହେବାକୁ ଥିବା ବିକ୍ରମ-୧ ପୂର୍ବରୁ ସ୍କାଏରୁଟ ଏରୋସ୍ପେସ ପ୍ରକଳ୍ପର ସବୁ ପଦ୍ଧତି ଓ ପ୍ରକ୍ରିୟାକୁ ପରୀକ୍ଷା କରିବ । ଏହି ରକେଟ ସମୁଦ୍ରପତନ ଠାରୁ ସର୍ବାଧିକ ୮୧.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଗତି କରି ସମୁଦ୍ରରେ ପଡିବ । ଏହାର ମୋଟ ଉତ୍କ୍ଷେପଣ ସମୟ ମାତ୍ର ୩୦୦ସେକେଣ୍ଡ ।
ସ୍କାଏରୁଟ ହେଉଛି ପ୍ରଥମ ଷ୍ଟାର୍ଟଅପ ଯାହାକି ଇସ୍ରୋ ସହ ଏହାର ରକେଟ ଉତ୍କ୍ଷେପଣ ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା। ଦେଶର ପ୍ରଥମ ଘରୋଇ ଉତ୍କ୍ଷେପଣ ସହ ସ୍କାଏରୁଟ୍ ଏରୋସ୍ପେସର ପ୍ରଥମ ଅଭିଯାନର ନାମ “ପ୍ରାରମ୍ଭ” ରଖାଯାଇଛି ବୋଲି ସେ କହିଛନ୍ତି ।
ଡକ୍ଟର ବିକ୍ରମ ସରାଭାଇ ଇସ୍ରୋର ପ୍ରଥମ ଅଧ୍ୟକ୍ଷ ତଥା ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ। ପ୍ରାଚୀନ ବିଜ୍ଞାନ ବ୍ୟବସ୍ଥାରେ ସେ ଭାରତ ପାଇଁ ଦେଖିଥିବା ଆକାଂକ୍ଷିତ ସ୍ୱପ୍ନ ଆଜି ଗୌରବର ସହ ସିଦ୍ଧି ଲାଭ କରିଛି । ଡକ୍ଟର ସିଂ ସ୍ମୃତିଚାରଣ କରି କହିଥିଲେ ଯେ ଡକ୍ଟର ବିକ୍ରମ ସାରାଭାଇ ସବୁବେଳେ ଇସ୍ରୋ ଜାତୀୟସ୍ତରରେ ଏକ ଅର୍ଥପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଗତ ଆଠବର୍ଷ ମଧ୍ୟରେ ଏହା ପ୍ରମାଣ କରିଛି । ଭାରତର ଯୁବ ମେଧା ଶକ୍ତି ସୁଯୋଗ ପାଇବା ପରେ ସେମାନଙ୍କ ସାମର୍ଥ୍ୟ ପ୍ରଦର୍ଶନ କରିଛନ୍ତି । ଭାରତର ବିଶାଳ ଜ୍ଞାନଯୁକ୍ତ ଯୁବଶକ୍ତିର ବିରାଟ ସ୍ୱପ୍ନ ଥିବାବେଳେ ମୋଦୀଜୀ ସେମାନଙ୍କୁ ଏକ ଉପଯୁକ୍ତ ରାସ୍ତା ଦେଖାଇପାରିଛନ୍ତି ।
ମହାକାଶ କ୍ଷେତ୍ରରେ ଷ୍ଟାର୍ଟ ଅପ ସଂଖ୍ୟା ତିନି ଚାରିବର୍ଷ ଆଗରୁ ମାତ୍ର ଦୁଇଟି ଥିବାବେଳେ ଆଜି ଏହା ୧୦୨ରେ ପହଞ୍ଚିଛି । ସେଗୁଡିକ ମହାକାଶ ଭଗ୍ନାବଶେଷ ପରିଚାଳନା, ନାନୋ ଉପଗ୍ରହ, ଉତ୍କ୍ଷେପଣ ଯାନ, ଭୂପୃଷ୍ଠ ପଦ୍ଧତି ଓ ଗବେଷଣା ଆଦି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯୋଗୁଁ ଭାରତକୁ ଭାରତୀୟ ବିଜ୍ଞାନ, ପ୍ରଯୁକ୍ତି, ନବୋନ୍ମେଷ ସାମର୍ଥ୍ୟରେ ସାର୍ବଜନୀନ ସ୍ୱୀକୃତି ମିଳିଥିବାବେଳେ ଆମ ଷ୍ଟାର୍ଟଅପମାନଙ୍କ ଚାହିଦା ଯଥେଷ୍ଟ ବୃଦ୍ଧି ପାଉଥିବା ମନ୍ତ୍ରୀ ଡକ୍ଟର ସିଂ କହିଛନ୍ତି । ସମଗ୍ର ବିଶ୍ୱ ଭାରତରୁ ଉତ୍ସାହ ପାଇବା ଅପେକ୍ଷାରେ ରହିଛି ଓ ଅନେକ ଦେଶ ଉପଗ୍ରହ ଓ ନାନୋ ଉପଗ୍ରହ ନିର୍ମାଣରେ ଭାରତଠାରୁ ସାହାଯ୍ୟ ପାଉଛନ୍ତି । ଏକ ବିବୃତ୍ତିରେ ଇସ୍ରୋ କହିଛି ଯେ ପ୍ରାରମ୍ଭ ଅଭିଯାନ ସଫଳତାର ସହ ସମ୍ପନ୍ନ ହୋଇଛି । ସ୍କାଇରୁଟ୍ ଏରୋସ୍ପେସ ପକ୍ଷରୁ କୁହାଯାଇଛି ଯେ, ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ୍ ଆକାଶ ଛୁଇଁଛି । ଏହା ମହାକାଶକୁ ମୋଟ ୩ ପେ ଲୋଡ ବହନ କରିଥିବାବେଳେ ସେଥିରେ ଗୋଟିଏ ବିଦେଶୀ ଗ୍ରାହକଙ୍କର ରହିଛି ।