ନୀତୀଶ କୁମାରଙ୍କ ଘୋଷଣା: ୨୦୨୪ରେ ‘ତୃତୀୟ ସାମ୍ମୁଖ୍ୟ’ ନୁହେଁ ‘ମୁଖ୍ୟ ସାମ୍ମୁଖ୍ୟ’

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀ ଦଳମାନଙ୍କର ମହାମେଣ୍ଟକୁ ନେଇ ରବିବାର ଦିନ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ଘୋଷଣା କରିଛନ୍ତି। ଜେଡିୟୁର ଜାତୀୟ ଅଧିବେଶନରେ ନୀତୀଶ କହିଛନ୍ତି ଯେ ୨୦୨୪ରେ ଥାର୍ଡ ଫ୍ରଣ୍ଟ୍‌ (ତୃତୀୟ ସାମ୍ମୁଖ୍ୟ) ହେବନାହିଁ, ଆମେ ‘ମୁଖ୍ୟ ସାମ୍ମୁଖ୍ୟ’ ଗଠନ କରି ମଇଦାନକୁ ଓହ୍ଲାଇବୁ। ବିଜେପିକୁ ହରାଇବାକୁ ଚାହୁଥିବା ସବୁ ବିରୋଧୀଦଳମାନେ ଏହି ସାମ୍ମୁଖ୍ୟରେ ସାମିଲ ହେବେ ଏବଂ ଆମକୁ ସଫଳତା ମିଳିବା ନିଶ୍ଚିତ ବୋଲି ସେ କହିଛନ୍ତି। ‘ଏହାକୁ ନେଇ ସବୁ ଦଳ ମଧ୍ୟରେ ଆଲୋଚନା ଜାରି ରହିଛି ।

ତେବେ ବିରୋଧୀ ଦଳମାନେ ଯଦି ଏଭଳି ସାମ୍ମୁଖ୍ୟ ପାଇଁ ରାଜି ହେବେନାହିଁ ତା’ହେଲେ ମୋର କୌଣସି କ୍ଷତି ହେବନାହିଁ’ ବୋଲି ନୀତୀଶ କହିଛନ୍ତି। ୨୦୨୦ରେ ରାଜ୍ୟରେ ଜେଡିୟୁକୁ ହରାଇବା ପାଇଁ ବିଜେପି ଯୋଜନାବଦ୍ଧ ଭାବେ କାମ କରୁଥିଲା, ତେଣୁ ଦଳର ଆସନ ସଂଖ୍ୟା କମିଥିଲା ବୋଲି ନୀତୀଶ କହିଛନ୍ତି।

ସମ୍ବନ୍ଧିତ ଖବର