ଭଦ୍ରକ: ଦୁଇଟି ପୃଥକ ସଡ଼କ ଦୁର୍ଘଟଣା‌ରେ ୨ ଜଣ ଯୁବକ ମୃତ

ଭଦ୍ରକ: ଆଜି ସକାଳୁ ଭଦ୍ରକରେ ଦୁଇଟି ପୃଥକ ପୃଥକ ସଡ଼କ ଦୁର୍ଘଟଣା ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଭଦ୍ରକର ୧୬ ନମ୍ୱର୍ ଜାତୀୟ ରାଜପଥର ଗେଲପୁର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ଘର ଭଦ୍ରକର ଗେଲପୁର ପଞ୍ଚାୟତର ବରଦଦିହି ଗାଁର ବୋଲି ଜଣାପଡିଛି। ଅଜଣା ଟ୍ରକ୍ ଧକ୍କାରେ ଯୁବକ ମୃତ୍ୟୁ ଘଟିଥିବା ସୂଚନା ରହିଛି।

ସେହିପରି ରାସ୍ତା ପାର୍ଶ୍ବରୁ ଅନ୍ୟ ଜଣେ ଯୁବକଙ୍କ ମୃତ୍ୟୁଦେହ ଉଦ୍ଧାର ହୋଇଛି। ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଶିରିଡ଼ି ସାଇ ମନ୍ଦିର ମନ୍ଦିର ନିକଟ ଭଦ୍ରକ – ଆନନ୍ଦପୁର ରାଜ୍ଯ ରାଜପଥ ପାର୍ଶ୍ଵ ନୟନଜୋରିରୁ ଆଜି ସକାଳେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କ ମୃତଦେହ ନିକଟରେ ଏକ ବାଇକ୍‌ ବି ପଡ଼ିଥିବାର ମିଳିଛି।

ଘଟଣାରୁ ପ୍ରକାଶ ଯେ ଆଜି ସକାଳେ ପାଖ ଗ୍ରାମର ଲୋକେ ଦେଖିବା ପରେ ତୁରନ୍ତ ବନ୍ତ ଥାନାକୁ ଖବର ଦେବା ପରେ ଘଟଣାସ୍ଥଳରେ ବନ୍ତ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ସହିତ ମୃତ୍ୟୁଦେହକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। ଉକ୍ତ ଯୁବକଙ୍କ ଘର ଟିଲୋ ପଞ୍ଚାୟତ ବ୍ରଜକିଶୋର ବିଶ୍ଵାଳଙ୍କ ପୁତ୍ର ରାଜକିଶୋର (୨୮) ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର