ଆବାସ ଯୋଜନା ଅନିୟମିତତା ପ୍ରତିବାଦ, ବାରଙ୍ଗ ବ୍ଲକ୍ ଅଫିସ୍‌ ଘେରିଲା ବିଜେପି

ବାରଙ୍ଗ/ତ୍ରିଶୁଳିଆ: ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ରାଜ୍ୟରେ ହୋଇଥିବା ବ୍ୟାପକ ଅନିୟମିତତା ପ୍ରତିବାଦରେ ଆଜି ବାରଙ୍ଗ ବ୍ଲକ୍‌ ଅଫିସ୍‌ ଘେରାଉ କରାଯାଇଥିଲା। ରାଜ୍ୟ ବିଜେପିର ଆହ୍ବାନକ୍ରମେ ବାରଙ୍ଗ ମଣ୍ଡଳ ବିଜେପି ସଭାପତି ପ୍ରଭାତ ମହାପାତ୍ରଙ୍କ ନେତୃତ୍ବରେ ବାଙ୍କୀ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ, ଜିଲ୍ଲା ସମ୍ପାଦକ ପ୍ରଭାସ ରାଉତ, କୃଷକ ମୋର୍ଚ୍ଚା ସଭାପତି ଉତ୍କଳ ମନ୍ତ୍ରୀ, ନଳିନୀ ରାୟ, ବାଙ୍କୀ ସମବାୟ ସେଲ୍‌ ସଭାପତି ଅଜୟ କୁମାର ମୁଦୁଲି, ସୁଜାତା ପରିଡ଼ା, ସାଧାରଣ ସମ୍ପାଦକ ବୁଲୁ ସ୍ବାଇଁ, ଗୋବିନ୍ଦ ସ୍ବାଇଁ, ବିଭୂତି ଭୂଷଣ ଜେନା, ମଧୁସ୍ମିତା ଘଡ଼ାଇ, ଲିନୁ ବେଉରା, ଦ୍ରୌପଦୀ ଦଳାଇ, ସୁମିତ୍ରା ସ୍ବାଇଁ, ବିଜୟ ପାଣି, ନୀଳକଣ୍ଠ ମାଝୀ, ବାବୁଲି ବିଶୋଇ, ବିଭୂତି ସାହୁ, ସନାତନ ରାଉତ, ତ୍ରିଲୋଚନ ବସ୍ତିଆ, ସୁଭୟ ସାହୁ, ମଧୁସ୍ମିତା ନାୟକ, ସଂଗ୍ରାମ ବିଭୂତି ରାୟ, ମନୋଜ ଶତପଥୀ, ଶ୍ୟାମସୁନ୍ଦର ସାହୁ, ମମତା ଲେଙ୍କା, ନମିତା ପାଣି, ସୀତା ପାଣି, ପ୍ରସନ୍ନ ସ୍ବାଇଁ, ନୃସିଂହ ଦାସ, ଅକ୍ଷୟ ସାମଲଙ୍କ ସମେତ ବିଜେପି ନେତା, କର୍ମୀ ଓ ସଦସ୍ୟମାନେ ସାମିଲ ହୋଇଥିଲେ।

ବିକ୍ଷୋଭକାରୀମାନେ ହାତରେ ପୋଷ୍ଟର୍‌, ବ୍ୟାନର୍‌ ଧରି ତ୍ରିଶୁଳିଆ ଛକରୁ ବାରଙ୍ଗ ବ୍ଲକ୍‌ ଅଫିସ୍‌ ପର୍ଯ୍ୟନ୍ତ ଏକ ଶୋଭଯାତ୍ରାରେ ଯାଇଥିଲେ। ପରେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆବାସ ଯୋଜନାରେ ହୋଇଥିବା ଅନିୟମିତତାର ତଦନ୍ତ କରି ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଗାଇ ଦେବାକୁ ସେମାନେ ଦାବି କରିଥିଲେ।

ସମ୍ବନ୍ଧିତ ଖବର