ଦେଶର ୧୦୦୦ଟି ସ୍ଥାନରେ ୫ଜି ସେବା ଯୋଗାଇବ ଜିଓ !

ମୁମ୍ବାଇ : ନିକଟରେ ସମାପ୍ତ ୫ଜି ସ୍ପେକ୍ଟ୍ରମ ନିଲାମରେ ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଜିଓ ସବୁଠାରୁ ଅଧିକ ଅର୍ଥ ବ୍ୟୟ କରି ସ୍ପେକ୍ଟ୍ରମ ଖରିଦ କରିଛି । ଏସବୁ ସ୍ପେକ୍ଟ୍ରମକୁ ବ୍ୟବହାର କରି ରିଲାଏନ୍ସ ଦେଶର ପ୍ରାୟ ୧୦୦୦ଟି ସହର, ଟାଉନ ଓ ସ୍ଥାନରେ ୫ଜି ସେବା ଯୋଗାଇବାକୁ ଯୋଜନା କରୁଛି । ଏପରିକି କମ୍ପାନି ଏହି ଯୋଜନାକୁ ଚୂଡ଼ାନ୍ତ କରିସାରିଛି । ଏହି ଯୋଜନା ମାଧ୍ୟମରେ ଦେଶର ପ୍ରତିଟି ଜିଲ୍ଲାରେ ୫ଜି ସେବା ଯୋଗାଇବାକୁ ଲକ୍ଷ୍ୟ ରଖିଛି ଜିଓ ।

ଗ୍ରାହକଙ୍କ ୫ଜି ସେବା ବ୍ୟବହାର ସମ୍ଭାବନା ଓ ରାଜସ୍ବ ସମ୍ଭାବନାକୁ ଭିତ୍ତି କରି କମ୍ପାନି ପକ୍ଷରୁ ଏହି ୧୦୦୦ଟି ସହରର ତାଲିକା ପ୍ରସ୍ତୁତ କରାଯାଇଛି ।

ଆସନ୍ତା ଅଗଷ୍ଟ ୧୫ରେ ଜିଓ ପକ୍ଷରୁ ଅଳ୍ପ କେତୋଟି ସହରରେ ପରୀକ୍ଷାମୂଳକ ଭାବେ ୫ଜି ସେବା ଆରମ୍ଭ କରାଯିବ । ଏହାର ମାସେ ଦୁଇ ମାସ ମଧ୍ୟରେ ଦେଶର ପ୍ରମୁଖ କେତୋଟି ସହରରେ ଏହି ସେବା ଆରମ୍ଭ ହେବ । ତେବେ ଦେଶର ପ୍ରମୁଖ ସହର ଓ ଅଂଚଳରେ ପହଞ୍ଚିବାକୁ କମ୍ପାନିକୁ ଆହୁରି ଏକ ବର୍ଷରୁ ଅଧିକ ସମୟ ଲାଗିଯାଇପାରେ ।

ଜିଓ ପକ୍ଷରୁ ୮୮,୦୭୮ କୋଟି ଟଙ୍କାର ସ୍ପେକ୍ଟ୍ରମ ଖରିଦ କରାଯାଇଛି । କମ୍ପାନି ୭୦୦ ମେଗାହର୍ଜ, ୮୦୦ ମେଗାହର୍ଜ, ୧୮୦୦ ମେଗାହର୍ଜ, ୩୩୦୦ ମେଗାହର୍ଜ ଓ ୨୬ ଗିଗାହର୍ଜ ବ୍ୟାଣ୍ଡରେ ସ୍ପେକ୍ରମ ଖରିଦ କରାଯାଇଛି। ଓଡ଼ିଶା ସର୍କଲ ପାଇଁ କମ୍ପାନି ୭୦୦ ମେଗାହର୍ଜ,୧୮୦୦ ମେଗାହର୍ଜ, ୩୩୦୦ ମେଗାହର୍ଜ ଓ ୨୬ ଗିଗାହର୍ଜ ବ୍ୟାଣ୍ଡରେ ସ୍ପେକ୍ଟ୍ରମ ହାସଲ କରିଛି ।

ସମ୍ବନ୍ଧିତ ଖବର