ମହାମାରୀରେ ୪୦ କୋଟି ଜୀବିକା ହରାଇଥିଲେ

ନୂଆଦିଲ୍ଲୀ: ଭାରତ ଧନୀ ରାଷ୍ଟ୍ର ଭାବେ ପରିଗଣିତ ହେଉଥିଲେ ମଧ୍ୟ ଏହାର ନାଗରିକମାନେ କିନ୍ତୁ ଧନୀ ହୋଇପାରୁନାହାନ୍ତି। ଉତ୍ପାଦକତା କ୍ଷେତ୍ରରେ ନିବେଶ ବୃଦ୍ଧି ପାଇଥିଲେ ମଧ୍ୟ ତାହାର ଲାଭ କିନ୍ତୁ ବ୍ୟାପକ ଭାବେ ସବୁ ବର୍ଗ ନିକଟରେ ପହଞ୍ଚିପାରୁନାହିଁ। ଏକ ନିର୍ଦିଷ୍ଟ ବର୍ଗ ବିଶେଷ ଉପକୃତ ହେଉଛନ୍ତି। ଘରୋଇ ସଂସ୍ଥା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍‌ଆଇଇ) ରିପୋର୍ଟ ଅନୁଯାୟୀ କରୋନା ମହାମାରୀ ସମୟରେ ୪୦.୩୫ କୋଟି ଭାରତୀୟ ଜୀବିକା ହରାଇଥିଲେ। ଏହି ସମୟରେ ୦୭ ପ୍ରତିଶତ ଭାରତୀୟଙ୍କ ଆୟ ହ୍ରାସ ପାଇଥିଲା ଯାହାର ପ୍ରଭାବରେ ଦେଶର ଅର୍ଥନୀତି ଓ ସମାଜରେ ବଡ଼ ଧରଣର ଅସମାନତା ସୃଷ୍ଟି ହୋଇଛି। ଏହି ଅସମାନତା ଦୂର କରିବାକୁ ହେଲେ ୨୦୩୦ ସୁଦ୍ଧା ୯ କୋଟି ଅତିରିକ୍ତ ନିଯୁକ୍ତି ଦରକାର। ଆୟ ଅସମାନତା ଦୂର କରିବା ଲାଗି ନିବେଶକାରୀମାନେ ନିବେଶ ନିଷ୍ପତ୍ତି ଗ୍ରହଣ କରିବା ବେଳେ କର୍ମଚାରୀ କଲ୍ୟାଣ ବିଷୟରେ ବିଚାର କରିବା ଦରକାର ବୋଲି ବିଶେଷଜ୍ଞମାନେ କହିଛନ୍ତି।

ସମ୍ବନ୍ଧିତ ଖବର