‌‌‌ଦୋକାନ, ବ୍ୟବସାୟ ପ୍ରତିଷ୍ଠାନକୁ ପ୍ରତିବର୍ଷ ଲାଇସେନ୍ସ ନବୀକରଣ କରିବାକୁ ପଡ଼ିବନି

ଭୁବନେଶ୍ବର: ରାଜ୍ୟରେ ପଞ୍ଜୀକୃତ ହୋଇଥିବା ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ପାଇଁ ବାର୍ଷିକ ଲାଇସେନ୍ସ ନବୀକରଣ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି। ସେମାନଙ୍କୁ ଆଉ ପ୍ରତିବର୍ଷ ଲାଇସେନ୍ସ ନବୀକରଣ କରିବାକୁ ପଡ଼ିବନି। ରାଜ୍ୟ ସରକାର ଦୋକାନ ଓ ବାଣିଜ୍ୟିକ ପ୍ରତି‌ଷ୍ଠାନ ନିୟମାବଳୀ-୧୯୫୮ର ନିୟମ ୫କୁ ସଂଶୋଧନ କରି ଏହି ବ୍ୟବସ୍ଥାକୁ ଉଚ୍ଛେଦ କରିଛନ୍ତି। ଏନେଇ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାର ଭାବୁଛନ୍ତି ଏହା ଦ୍ବାରା ଅଧିକରରୁ ଅଧିକ ନୂଆ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବାକୁ ଲୋକମାନେ ଆଗ୍ରହ ପ୍ରକାଶ କରିବେ। ପ୍ରତିବର୍ଷ ଲାଇସେନ୍ସ ନବୀକରଣ କରିବା ଲାଗି ଦୋକାନୀ ଓ ବ୍ୟବସାୟୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା।

ସମ୍ବନ୍ଧିତ ଖବର