ଡାକ୍ତରଙ୍କ ସଚେତନତା ଭିଡିଓ ୧୦ ଲକ୍ଷ ଲୋକ ଦେଖିଲେଣି

ଭୁବନେଶ୍ବର : ଅଭିଜ୍ଞ ପେଟ ଓ ଲିଭର୍‌ ରୋଗ ବିଶେଷଜ୍ଞ ଡାକ୍ତର ଆଶୁତୋଷ ମହାପାତ୍ରଙ୍କ ‘ଆଉ ରହିବନି ଏସିଡିଟି ଓ ଗ୍ୟାଷ୍ଟ୍ରିକ୍ ସମସ୍ୟା’ ଶୀର୍ଷକ ଭିଡିଓକୁ ୟୁଟ୍ୟୁବ୍‌ରେ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷରୁ ଅଧିକ ଦର୍ଶକ ଦେଖିସାରିଲେଣି। ଉକ୍ତ ଭିଡିଓଟି ପ୍ରିକସନ୍‌ ଫର ହେଲ୍‌ଥ ନାମକ ୱେବ୍‌ ଚ୍ୟାନେଲରେ ‌ଫେବ୍ରୁଆରି ୨୦୧୯ରେ ଅପ୍‌ଲୋଡ୍‌ ହୋଇଥିଲା। ଏ ସଂପର୍କରେ ଡାକ୍ତର ମହାପାତ୍ର କୁହନ୍ତି ଆଜିର ବ୍ୟସ୍ତବହୁଳ ଦିନଚର୍ଯ୍ୟା ଯୋଗୁ ଏସିଡିଟି ଏବଂ ଗ୍ୟାସଟିକ୍‌ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସାଧାରଣ ଲୋକ ବୁଝିପାରିବା ଭଳି ଭାଷାରେ ଏହି ଭିଡିଓଟିକୁ ପ୍ରସ୍ତୁତ କରିଥିଲୁ।

ସମ୍ବନ୍ଧିତ ଖବର