ପିଆଜିଓ ପାଳିଲା ୨୫ ଲକ୍ଷତମ ଗାଡ଼ି ଉତ୍ସବ

ଭୁବନେଶ୍ୱର: ଶ୍ରୀ ବିନାୟକ ମୋଟର୍ସରେ ଆଜି ପିଆଜିଓର ୨୫ ଲକ୍ଷତମ ଗାଡ଼ି ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ସଂସ୍ଥାର ଏମ୍‌ଡି ରାକେଶ ଅଗ୍ରଓ୍ଵାଲ୍‌ ଓ ବିନୟ ଗୁପ୍ତାଙ୍କ ସମେତ ପିଭିପିଏଲ୍‌ର ରିଜିଓନାଲ୍‌ ସର୍ଭିସ୍‌ ମ୍ୟାନେଜର ଏଚ୍‌ ଏମ୍‌ ସୁନ୍ଦରମ୍‌ ଉପସ୍ଥିତ ଥିଲେ। ପୁନେରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କଂପାନିର ଏମ୍‌ଡି ଡିଏଗୋ ଗ୍ରାଫିଟି ଉତ୍ସବ ପାଳନରେ ସାମିଲ ହୋଇଥିଲେ। ଏହି ଅବସରରେ ୟୁନିଅନ୍‌ ବ୍ୟାଙ୍କ, ଏସ୍‌ବିଆଇ, ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ, ହିନ୍ଦୁଜା ଲେଲ୍ୟାଣ୍ଡ୍‌ ଫାଇନାନ୍ସ ଓ ଚୋଳମଣ୍ଡଳମ୍‌ ଫାଇନାନ୍ସ, ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଅଧିକାରୀମାନେ ଉପସ୍ଥିତ ଥିଲେ। ପିଆଜିଓ ପକ୍ଷରୁ ଏକ ଆକର୍ଷଣୀୟ କୁପନ୍‌କୁ ଉନ୍ମୋଚନ କରାଯାଇଛି। ଏହା ଜରିଆରେ ଗ୍ରାହକମାନେ ଭେସ୍ପା ଆପ୍ରିଲିଆ ଓ ଆହୁରି ବହୁତ କିଛି ଜିତିପାରିବେ । ନଭେମ୍ବର ମାସ ପର୍ଯ୍ୟନ୍ତ ଏହି ଅଫର ଜାରି ରହିବ।

ସମ୍ବନ୍ଧିତ ଖବର