ନାଲ୍‌କୋର ପାର୍ଟନର୍ସ ସମ୍ମିଳନୀ

ଭୁବନେଶ୍ୱର: ନାଲ୍‌କୋର ସଫଳତାରେ ସହଯୋଗ କରୁଥିବା ସହଯୋଗୀ, ଉପଭୋକ୍ତା ଏବଂ ଯୋଗାଣକାରୀଙ୍କୁ ସମ୍ବର୍ଧିତ କରିବା ପାଇଁ କମ୍ପାନି ପକ୍ଷରୁ ସର୍ବଭାରତୀୟ ପାର୍ଟନର୍ସ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଖଣି ସଚିବ ଅନୀଲ ମୁକିମ୍‌ ଯୋଗଦେଇ ଏହି ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ। ନାଲ୍‌କୋ ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ କମ୍ପାନିର ସଫଳତା ପାଇଁ ସମସ୍ତ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ସମ୍ମିଳନୀରେ ସମୁଦାୟ ୩୬ ସହଯୋଗୀ, ଉପଭୋକ୍ତା ଏବଂ ଯୋଗାଣକାରୀମାନଙ୍କୁ ଯଥାକ୍ରମେ ନାଲ୍‌କୋ ସହଭାଗୀ ଉତ୍କର୍ଷ ପୁରସ୍କାର, ନାଲ୍‌କୋ ଗ୍ରାହକ ଉତ୍କର୍ଷ ପୁରସ୍କାର ଏବଂ ନାଲ୍‌କୋ ବିକ୍ରେତା ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଥିଲା। ଓଡ଼ିଶାର ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ମୁଖ୍ୟ ଅତିଥି ଶ୍ରୀ ମୁକିମ ନାଲ୍‌କୋ  ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ, ନାଲ୍‌କୋର ଅଲିଅଳି ଝିଅ କାର୍ଯ୍ୟକ୍ରମର ଲୋଗୋ ଉନ୍ମୋଚିତ ହୋଇଥିଲା। ନାଲ୍‌କୋ ମହିଳା ସମିତିର ‘ସଙ୍ଗିନୀ’କୁ ଅର୍ଚ୍ଚନା ମୁକିମ୍‌ ଏବଂ ସମିତିର ଅଧ୍ୟକ୍ଷା ପ୍ରୀତି ରାୟ ଓ ଅନ୍ୟମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଅନୁପ ଜଲୋଟା ନାଇଟ୍‌’ ଆୟୋଜିତ ହୋଇଥିଲା।ମହାପ୍ରସାଦ କର ଏବଂ ନାଜିଆ ଆଲାମ ମଧ୍ୟ ଏହି ଅବସରରେ ସଙ୍ଗୀତ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର