ବିଶ୍ବର ଶ୍ରେଷ୍ଠ ୧୦ ସିଇଓଙ୍କ ମଧ୍ୟରେ ୩ ଭାରତୀୟ

ୱାସିଂଟନ: ହାର୍ଭାର୍ଡ ବିଜନେସ୍ ରିଭ୍ୟୁ ପକ୍ଷରୁ ପ୍ରସ୍ତୁତ ବିଶ୍ବର ଉତ୍ତମ ପ୍ରଦର୍ଶନକାରୀ ୧୦୦ ସିଇଓଙ୍କ ମଧ୍ୟରେ ଭାରତୀୟ ମୂଳର ୩ଜଣ ବ୍ୟକ୍ତି ରହିଛନ୍ତି। ସେମାନେ ହେଲେ ଶାନ୍ତନୁ ନାରାୟଣ, ଅଜୟ ବାଙ୍ଗା ଏବଂ ସତ୍ୟ ନାଦେଲା। ଆମାଜନର ସିଇଓ ଜେଫ୍ ବେଜୋସ୍‌ଙ୍କୁ ତାଲିକାରେ ସ୍ଥାନ ମିଳିନାହିଁ। ଉପରୋକ୍ତ ୩ ଭାରତୀୟ ସିଇଓ ପ୍ରଥମ ୧୦ଟି ସ୍ଥାନରେ ରହିଛନ୍ତି। ଏଡୋବ୍ କମ୍ପାନିରେ ସିଇଓ ଭାବେ କାର୍ଯ୍ୟ କରୁଥିବା ଶାନ୍ତନୁ ନାରାୟଣ ଷଷ୍ଠ ସ୍ଥାନରେ ଥିବାବ‌େଳେ ମାଷ୍ଟରକାର୍ଡର ସିଇଓ ଅଜୟ ବାଙ୍ଗା ସପ୍ତମ ଏବଂ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଦେଲା ୯ମ ସ୍ଥାନରେ ରହିଛନ୍ତି। ତାଲିକାର ଶୀର୍ଷରେ ଏନବିଡିୟାର ସିଇଓ ଜନସନ ହୁବାଙ୍ଗ୍ ରହିଥିବାବେଳେ ଭାରତ ଜନ୍ମିତ ଡିବିଏସ କମ୍ପାନିର ସିଇଓ ପୀୟୂଷ ଗୁପ୍ତା ୮୯ତମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର