୪ ଶ୍ରମ କୋଡ୍‌ ଶୀଘ୍ର କାର୍ଯ୍ୟକାରୀ ହେବ

ନୂଆଦିଲ୍ଲୀ : ଦେଶରେ ଶୀଘ୍ର ୪ ଶ୍ରମ କୋଡ୍‌ କାର୍ଯ୍ୟକାରୀ ହେବାକୁ ଯାଉଛି। କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରାଳୟ ୪ଟି ଶ୍ରମ କୋଡ୍‌ ପାଇଁ ନିୟମ ଚୂଡ଼ାନ୍ତ କରିସାରିଛି। ଫଳରେ ବିଜ୍ଞପ୍ତି ଜାରି ହେଲେ ଏହା ବାସ୍ତବତାର ରୂପ ନେବ।

୪ଟି ଶ୍ରମ କୋଡ୍‌କୁ ରାଷ୍ଟ୍ରପତିଙ୍କ ସ୍ବୀକୃତି ମିଳିଯିବା ପରେ ଏହାର ବିଜ୍ଞପ୍ତି ଜାରି ହୋଇଛି। କିନ୍ତୁ ଏହି ଚାରିଟି କୋଡ୍‌କୁ କାର୍ଯ୍ୟକାରୀ କରିବା ପାଇଁ ଏସଂକ୍ରାନ୍ତରେ ଆଉ ଏକ ବିଜ୍ଞପ୍ତି ଜାରି କରିବାକୁ ‌ପଡ଼ିବ। ଚାରିଟି ଯାକ କୋଡ୍‌ ସଂପର୍କରେ ଚିଠା ନିୟମ ଉପରେ ପରାମର୍ଶ ପ୍ରକ୍ରିୟା ମନ୍ତ୍ରାଳୟ ପକ୍ଷରୁ ଇତିମଧ୍ୟରେ ଶେଷ ହୋଇସାରିଛି। ବିଜ୍ଞପ୍ତି ଜାରି ପାଇଁ ପ୍ରସ୍ତୁତି ଚାଲିଛି।

ସଂସଦରେ ଯେଉଁ ୪ଟି ଶ୍ରମ କୋଡ୍‌ ଗୃହୀତ ହୋଇଛି ସେଥିରେ ୪୪ଟି କେନ୍ଦ୍ରୀୟ ଶ୍ରମ ଆଇନକୁ ମିଶାଯାଇଛି। ମନ୍ତ୍ରାଳୟ ପକ୍ଷରୁ ୪ଟି ଯାକ କୋଡ୍‌କୁ ଏକାଥରେ କାର୍ଯ୍ୟକାରୀ କରାଯିବା ଯୋଜନା ରହିଛି। ‌ତେଣୁ ନିୟମ ପ୍ରସ୍ତୁତ ହେବା ପରେ ୪ଟି ଯାକ ଶ୍ରମ କୋଡ୍‌ର ବିଜ୍ଞପ୍ତି ଏକାଥରେ ପ୍ରକାଶ ପାଇବ ବୋଲି ମନ୍ତ୍ରାଳୟ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର